ଭୁବନେଶ୍ୱର : ଶିଖରଚଣ୍ଡୀ ପାହଡ଼ ଛାଡୁନାହାଁନ୍ତି ୨ ଦନ୍ତା ହାତୀ। ହାତୀ ବୁଲୁଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ରହିଛି। ଶିଖରଚଣ୍ଡୀ ପ୍ରବେଶ ଗେଟ୍ରେ ବନ ବିଭାଗ ପକ୍ଷରୁ ତାଲା ପଡିଛି। ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗର ପଦକ୍ଷେପ ନେଇଛି। ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ହେଉଥିଲା ପର୍ଯ୍ୟଟକଙ୍କ ଭିଡ଼ କିନ୍ତୁ ଭୋଜି କରିନପାରି ଫେରୁଛନ୍ତି ଅନେକ ପର୍ଯ୍ୟଟକ। ହାତୀଠୁ ଲୋକଙ୍କ ସୁରକ୍ଷା ନେଇ ଇନ୍ଫୋସିଟି ଥାନାକୁ ଅବଗତ କଲା ବନ ବିଭାଗ। ଗତ ୬ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ। ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ୍ ର ହେବ ବ୍ଯବହାର ହେବ ବୋଲି ସୂଚନା ରହିଛି।