ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ବିଜୁ ଜନତା ଦଳ ଘୋଷଣା କରିଛି । ଯୁବ ସଂଗଠନ ପାଇଁ ୧୬୦ ଓ ଛାତ୍ର ସଂଗଠନ ପାଇଁ ୧୪୫ ଜଣିଆ ତାଲିକା ପ୍ରକାଶ ପାଇଛି । ପ୍ରତିଷ୍ଠା ଦିବସ ପରେ ତାଲିକା ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ସୂଚନା ଥାଉକି ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୧ଟି ସାଂଗଠନିକ ଜିଲ୍ଲା କମିଟି ଗଠନ କରିଛନ୍ତି । ତୃଣମୂଳ ସ୍ତରରେ ଜନ ସେବା କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହି କମିଟି ଗଠନ କରାଯାଇଥିବା କୁହାଯାଇଛି । ୧୧ଟି ସାଂଗଠନିକ ଜିଲ୍ଲା କମିଟି ମଧ୍ୟରେ ରହିଛି ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ଦେବଗଡ଼, ଗଜପତି, କେନ୍ଦୁଝର, ମାଲକାନଗିରି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କମିଟି ଗଠନ ହୋଇଛି ।