ଭୁବନେଶ୍ୱର: ନୂଆବର୍ଷ ପାଇଁ ୩୧ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ନେଇ ବିରୋଧ । ବିରୋଧ କରି ଗଜପତି ମହାରାଜ, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି । ଚିଠି ଲେଖି ଆପତ୍ତି ଜଣାଇଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ।
ସେ ଚିଠିରେ ଲେଖିଛନ୍ତି ଯେ ମହାପ୍ରଭୁ ସନାତନୀ ହିନ୍ଦୁଙ୍କ ଆସ୍ଥା ଅଟନ୍ତି। ଶ୍ରୀମନ୍ଦିର ପରମ୍ପରା ସନାତନ ଧର୍ମ ଅନୁଯାୟୀ ହୁଏ ।କିଛିବର୍ଷ ହେବ ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ରରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ମହାପ୍ରଭୁଙ୍କୁ ମଧ୍ୟ ରାତ୍ରିରୁ ଅନିଦ୍ରା ରଖାଯାଉଛି। ଏହା ଧାର୍ମିକ ତଥା ପରମ୍ପରା ଦୃଷ୍ଟିିକୋଣରୁ ଆଦୌ ଗ୍ରହଣୀୟ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ । ମହାପ୍ରଭୁଙ୍କ ସ୍ୱାଭାବିକ ଦୈନନ୍ଦିନ ନୀତିକାନ୍ତିର ବ୍ୟବସ୍ଥା କରାଯାଉ ।