ଭୁବନେଶ୍ବର: ଜାଡରେ ଥରୁଛି ସାରା ରାଜ୍ୟ। ପ୍ରବଳ ଶୀତ ପ୍ରଭାବରେ ଅସ୍ତବ୍ୟସ୍ତ ହେଲେଣି ଓଡ଼ିଶାବାସୀ। ଉପାନ୍ତରୁ ଉପକୂଳ, ଶୀତ ଲହରି ଜାରି ରହିଛି। ଯାହାଫଳରେ ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି। ଦିନ ତମାମ ଶୀତ ପୋଷାକ ପିନ୍ଧିବାକୁ ପଡ଼ୁଛି। ଏପରିକି କୁହୁଡ଼ିର ଆସ୍ତରଣ ମଧ୍ୟ ସାରା ଓଡ଼ିଶାକୁ ଘୋଡାଇ ରଖିଚି।ଫଳରେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଏପରିକି ଘନକୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି। ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଗାଡ଼ି ଚାଳକକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ଆହୁରି ଅଧିକ ଶୀତ ପ୍ରବାହ ଜାରି ରହିବ । ପ୍ରବଳ ଥଣ୍ଡା ସହ କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଜାରି ରହିଛି। ତେବେ ଗତ ୨୪ ଘଣ୍ଟାରେ ଫୁଲବାଣୀ, ରାଉରକେଲା, ଢେଙ୍କାନାଳରେ ଘନ କୁହୁଡ଼ି ପାଇଁ ଜନଜୀବନ ପ୍ରଭାବିତ ହୋଇଛି। ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଜନଜୀବନକୁ ପ୍ରଭାବିତ କରିବ ଘନ କୁହୁଡ଼ି ।
ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଆଜି ପାଇଁ ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଶୀତର ପରିମାଣ ଖୁବ୍ ଅଧିକ ରହିଛି। ତେବେ କିଛି କିଛି ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଘର ବାହାରେ ନିଆଁ ଜଳାଇ ଉସ୍ମତା ନେଉଛନ୍ତି। ଏହାସହିତ କିଛି କିଛି ବିଦ୍ୟାଳୟରେ ମଧ୍ୟ ସକାଳ କ୍ଳସ୍କୁ ବନ୍ଦ କରିଦିଆଯାଇଛି।
ଅଧିକ ପଢନ୍ତୁ : ଖସୁଛି ପାରଦ : ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ପ୍ରବଳ ଶୀତ