ସମ୍ବଲପୁର: ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଜିଓ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ। ଯାହାଫଳରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେଣୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ବସ ଡ୍ରାଇଭରଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ, ଝାରସୁଗୁଡ଼ାରୁ ସମ୍ବଲପୁର ଯାଉଥିବା ବସଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରାକ୍ଟର ଚାଳକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଏହାସହିତ ବସରେ ଥିବା ଦୁଇ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ। ଏହାପରେ ତୁରନ୍ତ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ସୂଚନା ରହିଛି। ରେଙ୍ଗାଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛି।
ଅଧିକ ପଢନ୍ତୁ : ଖୋଲିଲା ଶିଖରଚଣ୍ଡି ପୀଠ : ଭୋଜି ପାଇଁ ପର୍ଯ୍ୟଟକମାନଙ୍କୁ ମିଳିଲା ଅନୁମତି