ନୂଆଦିଲ୍ଲୀ: ଗୁଜରାଟର ଏକ ୟୁନିଭର୍ସିଟିରେ ବିଏସ(ଇଂଲିଶ)ର ଛାତ୍ର-ଛାତ୍ରୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ଚାପ୍ଟର ପଢାଯିବ । ମହାରାଜ ସୟାଜିରାଓ ବିଶ୍ୱ ବିଦ୍ୟାଳୟରେ ନୂଆ ଶିକ୍ଷା ନୀତି ୨୦୨୦ ଆଧାରରେ ଆରମ୍ଭ ହୋଇଥିବା ବିଏ(ଇଂଲିଶ) ମାଇନର କୋର୍ସରେ ପିଏମ ମୋଦୀଙ୍କ ମନ କି ବାତକୁ ମଧ୍ୟ ସାମିଲ୍ କରାଯିବ ।
ଟାଇମ୍ସ ଅଫ ଇଣ୍ଡିଆର ଏକ ଖଭର ଅନୁଯାୟୀ, ଏମଏସୟୁରେ ଫ୍ୟାକଲଟି ଅଫ ଆର୍ଟ୍ସ ବିଏ ମାଇନର କୋର୍ସର ଆରମ୍ଭ କରିଛି । ଏଥିରେ ଆନାଲାଇଜିଙ୍ଗ ଆଣ୍ଡ ଅଣ୍ଡର ଷ୍ଟାଣ୍ଡିଂ ନନ ଫିକ୍ସନାଲ ରାଇଟିଙ୍ଗ ଶୀର୍ଷକ ଆଧାରରେ ପିଏମ ମୋଦୀଙ୍କ ରଚିତ ଜ୍ୟୋତିପୁଞ୍ଜ ଓ ସାଭରକରଙ୍କ ଇନସାଇଡ ଦ ଏମିିନି କ୍ୟାମ୍ପକୁ ସାମିଲ୍ କରାଯାଇଛି । କୋର୍ସକୁ ବର୍ତ୍ତମାନର ଏକାଡେମିକ ଇୟର ୨୦୨୫-୨୬ରୁ ଲାଗୁ କରାଯିବ ।
ପାଠ୍ୟକ୍ରମରେ ଶ୍ରୀ ଅରବିନ୍ଦ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଓ ସ୍ୱାମୀ ବିବେକାନନ୍ଦ ଲେଖାକୁ ମଧ୍ୟ ଆପଣା ଯାଇଛି । ଏହା ବ୍ୟତୀତ ପିଏମ ମୋଦୀଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ବଛା ବଛା ଏପିସୋଡକୁ ମଧ୍ୟ ଆପଣା ଯାଇଛି । ଏସଏସୟୁର ଇଂରାଜୀ ବିଭାଗର ଅଧ୍ୟକ୍ଷ ପ୍ରଫେସର ହିତେଶ ଡି ରବିଆ କହିଛନ୍ତି, ଏହି ପାଠ୍ୟକ୍ରମ ଇଂରାଜୀ ଅଧ୍ୟୟନକୁ ଭାରତର ରାଷ୍ଟ୍ରୀୟ ପ୍ରାଥମିକତା ଅନୁରୂପ ପ୍ରସ୍ତୁତ କରାଯାଇଛି ।
Also read: ଆରାବଳୀ ପର୍ବତମାଳା ବିବାଦର ହେବ କି ସମାଧାନ; ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି