ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ। ଭୁବନେଶ୍ୱରର ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବୀଭତ୍ସ ହତ୍ୟା। କେହି ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରି ଫେରାର ହୋଇଯାଇଛି। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଗୋଠପଟଣାରେ ଫାଣ୍ଡି ପାଖରୁ ମାତ୍ର ୫୦ ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ୩୫ ବର୍ଷୀୟ ସସ୍ମିତା ବେହେରା ବୋଲି ଜଣାପଡିଛି। ସସ୍ମିତା ଗୋଠପାଟଣା ବଜାରରେ ନିଜର ଏକ ଜଳଖିଆ ଦୋକାନ କରିଥିଲେ ଏବଂ ସେ ନିଜ ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ। ଚନ୍ଦକା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହଘଟଣାର ଅଧିକ ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ , ଭୁବନେଶ୍ୱରର ଚନ୍ଦକା ଗୋଠପାଟଣା ଛକ ନିକଟ ବଜାରରେ ମହିଳାଙ୍କୁ ହତ୍ୟା। ଛୁରୀ ଭୁସି ମହିଳାଙ୍କୁ ଵିଭର୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଉଛନ୍ତି ୩୫ ବର୍ଷୀୟ ସସ୍ମିତା ବେହେରା। ମୃତ ମହିଳା ଜଣଙ୍କ ଗୋଠପାଟଣା ଛକ ନିକଟ ବଜାରରେ ଏକ ଜଳଖୁଆ ଦୋକାନ କରିଥିଲେ। ସେ ନିଜ ପୁରା ପରିବାର ସହ କ୍ରିଷ୍ଣାପୁରୀ କଲୋନୀରେ ରହୁଥିଲେ। ସେ ନିଜର ଏହି ଛୋଟିଆ ଜଳଖିଆ ଦୋକାନ ମାଧ୍ୟମରେ ନିଜର ତଥା ନିଜ ପରିବାରର ଭରଣ ପୋଷଣ କରୁଥିଲେ। କେହି ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରି ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମହିଳାଙ୍କ ମୃତଦେହ ଠାବ କରିଛି। ତେବେ ମହିଳାଙ୍କୁ କିଏ ହତ୍ୟା କଲା ଓ କାହିଁକି ହତ୍ୟା କଲା କାରଣ ଏପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ହତ୍ୟା ହୋଇଛି ଏହାର ଛାନ୍ଭିନ୍ ଆରମ୍ଭ କରିଛି ଚନ୍ଦକା ଥାନା ପୋଲିସ।
ଅଧିକ ପଢନ୍ତୁ ; ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କଲା ଦୁର୍ବୁତ୍ତ