ଘର ଢିଙ୍କି ହେଲା କୁମ୍ଭୀର । ଭାଇ ସହ ମିଶି ନିଜ ଶାଶୁଘରୁ ଚୋରୀ କଲା ବୋହୂ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ହଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହାକୁରପାଲି ଗାଁରେ ଗ୍ରାମର ଇନ୍ଦ୍ରମଣୀ ନାଗଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗରେ ସାନ ବୋହୂର ଭାଇକୁ ଗିରଫ କରିଛି ପୋଲିସ । ଏଥିସହ ନଗଦ ଟଙ୍କା ଓ ସୁନାଗହଣା ମଧ୍ୟ ଜବତ କରିଛି ପୋଲିସ। ନିଜ ଭଉଣୀ ସହ ମିଶି ଭଉଣୀର ଶାଶୁଘରୁ ଡକାୟତି ଷଡଯନ୍ତ୍ର କରିଥିଲା ଅଭିଯୁକ୍ତ ଭାଇ । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ପ୍ରଶାନ୍ତ ଭାଟି ।
ସୂଚନା ଅନୁସାରେ ଇନ୍ଦ୍ରମଣୀଙ୍କ ସାନପୁତ୍ରବଧୂ ଚୋରୀ କରିବା ପାଇଁ ଘଟଣା ଦିନ ସେ ନିଜ ଶାଶୁ ଗୁରୁବାରୀ ନାଗଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କବାଟ ଖୋଲ କରି ବାହାରକୁ ଡାକି ନେଇଥିଲେ। ଏହା ପରେ ତାଙ୍କ ଭାଇ ପ୍ରଶାନ୍ତ ଭାଟି ଘରେ ପଶି ପ୍ରାୟ ନଗଦ ୭ ଲକ୍ଷ ୩୮ ହଜାର ଟଙ୍କା ଓ ସୁନା ଗହଣା ଚୋରି କରି ନେଇଯାଇଥିଲା। ଚୋରି ପରେ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଟଣାର ସତ୍ଯାସତ୍ଯ ପଦାକୁ ଆଣିଛି ତେବେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ସାନବୋହୁକୁ ପୋଲିସ୍ ଗିରଫ କରିନଥିବା ସୂଚନା ରହିଛି।