ଜଳିଗଲା ଘର ପାଉଁସ ହୋଇଗଲା ଲକ୍ଷାଧୀକ ଟଙ୍କା । ଗତ କାଲି ରାତିରେ ଯାଜପୁର ଜିଲ୍ଲା ଜାହାନପୁର ପଂଚାୟତ ସନାତନ ସାହୁଙ୍କ ଘରେ ନିଆଁ ଲାଗିଥିଲା । ଘରେ ଥିବା ଆସବା ପତ୍ର, ଧାନ, ଲୁଗାପଟା ସବୁ ଜଳି ପୋଡି ପାଉଁସ ହୋଇଯାଇଛି। ଘରେ ଥିଲା ମୋଟ 2 ଲକ୍ଷ ଟଙ୍କା ଏବଂ 2 ଭରି ସୁନା ସେ ସବୁ ମଧ୍ୟ ପାଉଁସରେ ମିଳେଇ ଯାଇଛି ।
ସୂଚନା ଅନୁସାରେ, ଭୀଷଣ ଖରାରେ ଗରମ ପ୍ରବଳ ହେଉଛି । ସେଥିପାଇଁ ସନାତନ ସାହୁ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ନାତିକୁ ଧରି ଚାଳ ଘରେ ଶୋଇଥିଲେ। ରାତି ପ୍ରାୟ 2ଟା ହଠାତ ଗରମ ହେବା ଆରମ୍ଭ ହେଲା । ଆଖି ଖୋଲି ଦେଲାବେଳକୁ ଘରେ ନିଆଁ ଲାଗିଯାଇଛି । ଯେମିତି ସେମିତି କରି ସେ ଘରୁ ତ ବଞ୍ଚି ତ ପଳାଇ ଆସିଲେ ହେଲେ ଘର କରିବାକୁ ଯୋଡିଥିବା ପଇସା ସବୁ ପାଉଁସ ହୋଇଗଲା। ଏତିକି କହି ସନାତନ ଏବଂ ତାଙ୍କ ପତ୍ନୀ ଭୋ ଭୋ ହୋଇ କାନ୍ଦୁଛନ୍ତି । କିଛି ବୁଦ୍ଧି ବାଟ ଦିଶୁନି। ଘରେ ନିଆଁ ଲିଭାଇବାକୁ ବହୁତ ଚେଷ୍ଟା ପରେ ମଧ୍ୟ ନିଆଁ ଲିଭିପାରିଲା ନାହିଁ ଆଉ ସେପଟେ ଦମକଳ ବାହିନୀ ଆସିଲା ବେଳକୁ ସବୁକିଛି ଜଳି ପୋଡି ପାଉଁସ ହୋଇଯାଇଛି।
ଆଜି ସକାଳୁ ସ୍ଥାନୀୟ ସରପଞ୍ଚ,RI ଓ ସମାଜ ସେବୀ ମୁନା ସାହୁ ପହଂଚି ଶୁଖିଲା ଖାଦ୍ୟ ଜରି ପାଲ ଓ କିଛି ପିନ୍ଧିବା ପାଇଁ କିଛି କପଡା ଦେଇ ସାହାଯ୍ୟ କରିଛନ୍ତି। ଅନ୍ୟପଟେ ସନାତନ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଘର ଖଣ୍ଡିଏ ପାଇଁ ତେବେ ଦେଖିବାକୁ ବାକିରହିଲା ସନାତନଙ୍କୁ କେବେ ମିଳିବ ଘର ।
ଅଧିକା ପଢନ୍ତୁ: ରାଜଧାନୀରେ ନକଲି ପୋଲିସ ଗ୍ୟାଙ୍ଗ୍