ଏଥର ଜେଲ ଭିତରକୁ ଆଉ ପଶିପାରିବନି କୌଣସି ପ୍ରକାର ନିଶାଦ୍ରବ୍ୟ। ଝାରପଡା ଜେଲରେ ହୋଇଥିବା ଗ୍ୟାଙ୍ଗୱାର ପରେ ରାଜ୍ୟର ସମସ୍ତ ଜେଲରେ ଏହି କଟକଣା ଜାରି କରାଯାଇଛି। ଏପରିକି ଜେଲ ଭିତରକୁ ଯାଉଥିବା ଜେଲ କର୍ମଚାରୀମାନଙ୍କୁ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ କଡାକଡି ଯାଞ୍ଚ କରାଯିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। କିପରି ଜେଲ ଭିତରର ପରିବେଶ ଠିକ ରହିବ ଏବଂ କଏଦୀମାନେ ସୁରକ୍ଷିତ ରହିବେ ସେ ନେଇ ମଧ୍ୟ ବ୍ୟବସ୍ଥା କଡାକଡି କରିଛନ୍ତି ଜେଲ କତ୍ତୃପକ୍ଷ।
ସୂଚନା ମୁତାବକ , ଝାରପଡା ଜେଲରେ ଭିତରେ କଏଦୀଙ୍କ ଗ୍ୟାଙ୍ଗୱାର ଏବଂ କଏଦୀଙ୍କ ମୃତ୍ୟୁ ବଢୁଥିବାକୁ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି ଜେଲ କତ୍ତୃପକ୍ଷ। ଏଥର ଜେଲ ଭିତରକୁ ଆଉ ପଶିପାରିବନି କୌଣସି ପ୍ରକାର ନିଶାଦ୍ରବ୍ୟ। ଏପରିକି ଜେଲ ଭିତରକୁ ଯାଉଥିବା ଜେଲ କର୍ମଚାରୀମାନଙ୍କୁ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ କଡାକଡି ଯାଞ୍ଚ କରାଯିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ଏହାସହିତ କଏଦୀଙ୍କ ପାଇଁ ବାହାରୁ ଆସୁଥିବା ଖାଦ୍ୟ ପୁଡିଆ ଏବଂ ଟିଫିନ ଡବାକୁ ସିସିଟିଭି ସାମ୍ନାରେ ଦେଖାଇବାକୁ ବ୍ୟବସ୍ଥା କରାଯାଇଛି। ସେହିଭଳି କଏଦୀମାନଙ୍କ ପାଇଁ ମିଳୁଥିବା ମାସିକ କ୍ୟାଣ୍ଟିନ ଖର୍ଜକୁ ୫ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ କମାଇ ଦିଆଯାଇଛି। ଜଣେ କଏଦୀ ଦିନକୁ ୧୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ବୋଲି ଜେଲ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।