ବାରଙ୍ଗ : କଟକ ନେତାଜୀ ସୁଭାଷ ବୋଷ ବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପଛକୁ ପଛ ପିଟି ହେଲା ପାଞ୍ଚୋଟି କାର । ସୁଭାଷ ସେତୁ ଉପରେ ୫ଟି ଗାଡି ପଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି । ତେବେ ଏକ ବଡ଼ ଦୁର୍ଘଟଣାରୁ କାର୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ମର୍କତନଗର ପୁଲିସର ଯାଞ୍ଚ ଆରମ୍ଭ କରିଛି ।