ଭୁବନେଶ୍ୱର: ‘ଅପରେସନ ସିନ୍ଦୂର’ର ସଫଳତା ପାଇଁ ସାରା ଦେଶରେ ଖୁସିର ମାହୋଲ। ଭାରତର ବୀର ସୈନ୍ୟବାହିନୀକୁ ସମର୍ଥନ ଜଣାଇ ପରାକ୍ରମ ଶୋଭାଯାତ୍ରା ପାଳନ କରୁଛି ଓଡିଶା। ଏହି କ୍ରମରେ ରାଜଧାନୀରେ ଆୟୋଜିତ ହୋଇଥିବା ସିନ୍ଦୂର ଶୋଭାଯାତ୍ରା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ମନ୍ତ୍ରୀ ଓ ସରକାରୀ ଅଧିକାରୀ ବି ସାମିଲ ହୋଇଛନ୍ତି। ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏହି ଶୋଭାଯାତ୍ରା ବାହାରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।
ଭାରତୀୟ ସେନାର ଅଦ୍ୟମ ସାହାସକୁ ସମ୍ମାନ ଜଣାଇବା ପାଇଁ କରାଯାଇଥିଲା ‘ସିନ୍ଦୂର ଶୋଭାଯାତ୍ରା’ । ଯେଉଁଥିରେ ବହୁ ସଂଖ୍ୟାକ ଲୋକେ ବି ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ SHG ମହିଳା, ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ମହିଳା ପୋଲିସ, ଛାତ୍ରୀ, ଓ ସାଧାରଣ ଲୋକେ ବି ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରରେ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟିକା ସିମାରଣି ନାୟକ, ବାଚସ୍ପତି ସୁରମା ପାଢୀ, ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମତେ ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।