ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ (ଏବିଡ଼ିଓ) ଅସିତ କୁମାର ପାତ୍ର ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ବିଡ଼ିଓଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗତକାଲି ଭିଜିଲାନ୍ସ ପକ୍ଷରୁ ଅତିରିକ୍ତ ବିଡ଼ିଓ ଅସିତ କୁମାର ପାତ୍ରଙ୍କ ୭ଟି ଠିକଣାର ଚଢ଼ଉ କରାଯାଇଥିଲା । ଯାଜପୁର, କଟକ, ଭଦ୍ରକ ଓ ଭୁବନେଶ୍ୱରରେ ଥିବା ବାସଭବନ, ପୈତୃକ ଘର ଆଦିରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ 3ଟି ବହୁତଳ ବିଶିଷ୍ଟ କୋଠା, କଟକରେ ଗୋଟିଏ ଫ୍ଲାଟ୍, ସପିଂ କମ୍ଲେକ୍ସ, ୫ଟି ବହୁ ମୂଲ୍ୟ ପ୍ଲଟ୍, ୭୦୦ ଗ୍ରାମର ସୁନା ଅଳଙ୍କାର, ୬୫ ଲକ୍ଷ ଜମା ରାଶି ଏବଂ ୧.୮୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ଆଜି ଗିରଫ କରିଛି । ଏହି ମାମଲରେ ଅଧିକ ତଦନ୍ତ ଜାରି ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।