ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରେ ଯୁଗ୍ମ ସଚିବଭାବେ କାର୍ଯ୍ୟରତ ଥିବା ୧୬ ଜଣ ଆଇଏଏସ୍ ଅଧିକାରୀଙ୍କ ଅତିରିକ୍ତ ସଚିବଭାବେ ସରକାର ନିଯୁକ୍ତ କରିଛନ୍ତି । ଏ ନେଇ ଶୁକ୍ରବାର ସାଧାରଣ ପ୍ରସାଶନ ଏବଂ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୪ ଏବଂ ୨୦୧୫ ବ୍ୟାଚ୍ ଏସସିଏସଙ୍କ ଅତିରିକ୍ତ ସଚିବ ପଦବୀ ପ୍ରଦାନ କରାଯାଇଛି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଧରମ ହାଁସଦା, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ ରୀନା ମହାପାତ୍ର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଲିଲି କୁମାରୀ କୁଲୁ, ଗୃହ ବିଭାଗର ଯୁଗ୍ମ ସଚିବ ଆରାଧନା ଦାସ, ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ନରହରି ସେଠି, ଏଚଟି ଆଣ୍ଡ୍ ଏଚ୍ ବିଭାଗର ଯୁଗ୍ମ ସଚିବ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱରେ ଥିବା ମଧୁମିତା ରଥଙ୍କୁ ଅତିରିକ୍ତ ସଚିବ ପଦବୀ ପ୍ରଦାନ କରାଯାଇଛି । ସେହିପରି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦେବାଶିଷ ସିଂହ, ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ ପ୍ରତାପ ଚନ୍ଦ୍ର ହୋତା, ଶକ୍ତି ବିଭାଗର ଯୁଗ୍ମ ସଚିବ ନିବେଦିତା ମିଶ୍ର, ଗ୍ରାମୀଣ ବିକାଶ ବିଭାଗର ଯୁଗ୍ମ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ, ଅବକାରୀ ବିଭାଗର ଯୁଗ୍ମ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ସୁଦାମ ଚରଣ ମଣ୍ଡଳ, ଗୃହ ବିଭାଗ ଯୁଗ୍ମ ସଚିବ ନିବେଦିତା ପୃଷ୍ଟି, ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ସ୍ୱୟଂ ପ୍ରଭା ମହାନ୍ତି ଏବଂ ଏସ୍ ଓ ଏମଇ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିବା ଗିରିଶ ଚନ୍ଦ୍ର ସିଂହଙ୍କ ନାମ ଏହା ତାଲିକାରେ ସାମିଲ ରହିଛି ।