ଭୁବନେଶ୍ୱର: କାଳ ସାଜିଲା କାଳବୈଶାଖୀ। କୋରାପୁଟରେ କାଳବୈଶାଖୀ ନେଲା ୩ ଜୀବନ। କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ କାଳବୈଶାଖୀ ସମୟରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିଲରେ କାମ କରୁଥିବାବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଭିତରେ ଜେଜେ ମା, ନାତୁଣୀ ଓ ଅନ୍ୟଜଣେ ମହିଳା ରହିଛନ୍ତି।
ସେହିପରି କାଳବୈଶାଖୀକୁ ନେଇ ଆସନ୍ତା ୨ଘଣ୍ଟା ପାଇଁ ଟୁଇନ୍ ସିଟି ସମେତ ୭ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨ ଘଣ୍ଟା ଭିତରେ ୬୦ରୁ ୭୦ କିଲୋମିଟର ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଏହି ୭ ଜିଲ୍ଲା ହେଉଛି- କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର ଓ ଗଞ୍ଜାମ । ଏହି ସବୁ ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।