ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ୭୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ଓଡିଶା ଖଣି ନିଗମ । ଏହି କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଓଡିଶାର ଶିଳ୍ପାୟନ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ OMCର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ OMCର ୧୮ଟି ଖଣି କାର୍ଯ୍ୟକ୍ଷମ ହେଲା। ଏହା କେବଳ ଖଣିଜ ପଦାର୍ଥ ଉତ୍ପାଦନ କରୁନାହିଁ ଏହା ଏକ ଶକ୍ତିଶାଳୀ, ସ୍ୱାବଲମ୍ବୀ ଓଡିଶାର ମୂଳଦୁଆ ସ୍ଥାପନ କରୁଛି। ଉନ୍ନତ ଉତ୍ପାଦନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ OMC ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରୁଛି। OMCକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ସେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।
ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକଥା ମଧ୍ୟ କହିଛନ୍ତି ଯେ ଧୀରେ ଧୀରେ ସୁନ୍ଦରଗଡ଼ ଖଣି ଦୁର୍ନୀତିର ଖୋଲୁଛି ସୂତା ଖିଅ । ଆମ ହାତରୁ କେହି ବି ଫିଟି ପାରିବେନି । ସାମିଲ ଥିବା ସବୁ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ତେଣୁ କାହାକୁ ଛାଡ଼ିବେ ନାହିଁ ସରକାର । ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଖୁବଶୀଘ୍ର ହେବ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଅଧିକାରୀ, ନେତା କି ମାଫିଆ ହୁଅନ୍ତୁ, ଯିଏ ଓଡ଼ିଶାର ସମ୍ପତ୍ତି ଲୁଟିଛି,ବନ୍ଧାହେବେ ବୋଲି ଖଣିମନ୍ତ୍ରୀ କହିଛନ୍ତି ।