ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରେ ଭାଲୁ ଆତଙ୍କ । ମୃଗ ବିହାର ନିକଟ ବନଦୁର୍ଗା ମନ୍ଦିର ନିକଟରେ ବୁଲୁଛି ଭାଲୁ । ଭାଲୁ ଦେଖି ସ୍ଥାନୀୟ ଲୋକେ ଭୟଭିତ । ଖାଦ୍ୟ ଅନ୍ବେଷଣରେ ଭାଲୁଟି ମନ୍ଦିର ନିକଟରେ ଆସି କିଛି ଖାଉଥିବା ଦେଖିବାକୁ ମିଳିଛି । ତେବେ ମୃଗ ବିହାରକୁ ଦୈନିକ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି । ଭାଲୁ ଦେଖିବା ପରେ ପର୍ଯ୍ୟଟକ ମାନେ ମଧ୍ୟ ଭୟ କରୁଛନ୍ତି । ଭାଲୁଟି କାହାରିକୁ କିଛି କ୍ଷତି କରୁନଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭାଲୁକୁ ଘୋଉଡାଇବାକୁ ଦାବି ହୋଇଛି ।