ବେପୁରୁଆ ଭାବରେ ଗାଡ଼ି ଚଳାଇବା ନେଲା ଜୀବନ । ଏପରି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି । ଦୁଇ ବାଇକର ମୁହାଁମୁହିଁ ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଅଣାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା ।
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା କାକିରିଗୁମା ଥାନା ସ୍ଥିତ ପଞ୍ଚଡ଼ା ଗାଁ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ବାଇକ କେଟିଏମ ଓ ପଲ୍ସରର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହେବାସହିତ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ମୃତକ ଦ୍ୱୟଙ୍କର କୌଣସି ପରିଚୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ଘଟଣାସ୍ଥଳରୁ ପୋଲିସ ଦୁଇଟି ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ : ଟ୍ରାକ୍ଟର ଅଟୋ ମୁହାଁମୁହିଁ ଧକ୍କା ୬ ଆହତ