କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା ଅଧିନ କୁଏରଙ୍ଗା ଛକ ନିକଟରେ ଏକ ବଡ ଅଧଟଣ ଦେଖିବାକୁ ମିଳିଛି । ଟ୍ରାକ୍ଟର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ସୁନ୍ଦରଦଣ୍ଡ ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଟେପାରୀ ଓ କୁସିପଙ୍ଗା ଗ୍ରାମର ୮ ଜଣ ମହିଳା ଓ ପୁରୁଷ ଏକ ଅଟୋରେ ବସି କୈାଣସି ଏକ କାମରେ ଯାଇଥିଲେ । ଏବଂ ଫେରୁଥିବା ସମୟରେ ବୀପରିତ ଦିଗରୁ ଏକ ଟ୍ରକ ଆସି ଅଟୋକୁ ଧକ୍କା ଦେଇଥିଲା । ଏବଂ ଉଭୟ ଗାଡି ମୁହାଁମୁହିଁ ହେବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ରାଜୁ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।