ଭୁୁବନେଶ୍ୱର: ରଙ୍ଗର ଉତ୍ସବ ହୋଲିରେ ଜମୁଛି ରାଜନୀତିର ରଙ୍ଗ । ରାଜ୍ୟସଭାର ନିର୍ବାଚନକୁ ନେଇ ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇ ଯାଇଛି । ଶାସକ ବିଜେପି ଓ ବିରୋଧୀ ବିଜେପି ନିଜ ନିଜର ପ୍ରାର୍ଥୀ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ବିଶେଷ କରି ବିଜେଡି ଚତୁର୍ଥ ଆସନ ଜିତିବା ନେଇ ଆଶାନ୍ୱୀତ ଅଛି । ଏହି କ୍ରମରେ ଖୋଦ୍ ପ୍ରାର୍ଥୀ ସଂତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପିକୁ ମାରିଛନ୍ତି ତେରଚ୍ଛା ବାଣ । ଆମେ ଦୁଇଟି ଆସନ ଜିତିବୁ ବୋଲି ସେ କହିଛନ୍ତି ।
ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ହୋଲି ଉତ୍ସବ ପାଳନ ସମୟରେ ଶାସକ ବିଜେପିକୁ ତେରଚ୍ଛା ବାଣ ମାରି କହିଛନ୍ତି, ହୋଲି ଖେଲିଲେ ରଙ୍ଗ ବଦଳିଯାଏ । କିନ୍ତୁ ଗାଧେଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଓଡିଶାବାସୀ ଅସଲ ଚେହେରାକୁ ଚିହ୍ନିଛନ୍ତି । ଆମେ ଆଶାବାଦୀ ଆମର ୨ ପ୍ରାର୍ଥୀ ଜିତିବେ । ବିଜେପିର ଅଙ୍କ ଭୁଲ୍ ହେବ । ଆମର ଦୁଇ ପ୍ରାର୍ଥୀ ଜିତିବେ ।
ଏହା ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଦିଲୀପ ରାୟ ଜଣେ ଅନୁଭବୀ ନେତା । ବହୁଥର ବିଧାୟକ ଓ ସାଂସଦ । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି, ରାଜ୍ୟରେ ବି ମନ୍ତ୍ରୀ ଥିଲେ । ସେ ନିଶ୍ଚୟ ବିଜୟ ହେବେ, ଶହେ ପ୍ରତିଶତ ମୋର ବିଶ୍ୱାସ ଅଛି । ଉଲ୍ଲେଖନୀୟ ଦିଲୀପ ରାୟ ୨୦୦୨ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ନିର୍ବାଚନ ଜିତିଥିଲେ । ଅନ୍ୟପଟେ ସଂତୃପ୍ତ ମିଶ୍ର ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥିଲେ । ସେ କଟକ ଲୋକସଭା ସିଟରୁ ନିର୍ବାଚନ ଲଢି ହାରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଓଡିଶାରୁ ୪ଟି ଖାଲି ପଡୁଥିବା ଆସନ ମଧ୍ୟରୁ ପ୍ରଥମ ଦୁଇଟି ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ରାଜ୍ୟସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି । ଦଳ ଚତୁର୍ଥ ଆସନ ପାଇଁ ବଡ ଗେମ ଖେଳିଛି । ବିଜେଡି ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେପି ବିରେଧୀଙ୍କୁ ଅଙ୍କ ବିଗାଡିବା ପାଇଁ ଅଭିଜ୍ଞ ଓ ପୁରୁଖା ନେତା ଦିଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । ଏବେ ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେବାକୁ ଯାଉଛି ।
Also read: ହୋଲିରେ ମନମୋହନଙ୍କ ବଡ ବୟାନ, ଶହେ ପ୍ରତିଶତ ଜିତିବେ ଦିଲୀପ ରାୟ