କେନ୍ଦୁଝର: ଖାଦ୍ୟ ଅନ୍ୱେଷଣରେ କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁର ଏକ କୂଅରେ ପଡିଗଲା ଦନ୍ତାହାତୀ । ୬ ଘଣ୍ଟାର କଷ୍ଟସାଧ୍ୟ ଅପରେସନ୍ ପରେ କୂଅରୁ ହାତୀ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ ଗତକାଲି ରାତିରେ ୩ଟି ଦନ୍ତାହାତୀ ଆସିଥିବା ବେଳେ, ଗାଁର ହୃଷି ନାଏକଙ୍କ କୂଅର ଗୋଟିଏ ଦନ୍ତାହାତୀ ଖସି ପଡ଼ିଥିଲା । ବନ କର୍ମଚାରୀ ଖବର ପାଇ ହାତୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏକ JCB ମେସିନ୍ ସାହାଯ୍ୟରେ କୁଅକୁ ତାଡ଼ି ଏକ ରାସ୍ତା ତିଆରି କରିଥିଲେ । କୂଅଟି ଗଭୀର ଥିବାରୁ ୧୦ ଫୁଟ ଗାତ କରି ପ୍ରଥମେ ସେଠାରେ ଏକ ରାସ୍ତା ତିଆରି କରି ଦମକଳ ବାହିନୀ ସହାୟତାରେ ୮୦ ମିଟର ଦୁରରୁ ପାଣି ଆଣି କୂଅରେ ଭର୍ତ୍ତି କରାଯାଇଥିଲା । ପାଣି ଭର୍ତ୍ତି ହେବା ପରେ ହାତୀ ଟି କୂଅରୁ ବାହାରୀ ଜଙ୍ଗଲ ମୁହାଁ ହୋଇଥିଲା । ଯିବା ବାଟରେ ଉତ୍ୟକ୍ତ ହାତୀ ଗୋଟିଏ ବାଇକ୍ ଭାଙ୍ଗି ଦେଇଥିଲା । ଜଣେ ବୃଦ୍ଧାଙ୍କ ସହ, ଅନ୍ୟ ଜଣେ ପଡ଼ି ଆହତ ହୋଇଛନ୍ତି । ସେମାନଙ୍କୁ ବନ ବିଭାଗ ଦ୍ୱାରା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଉଦ୍ଧାର ହାତୀ ଏବେ ଉତ୍ୟକ୍ତ ଥିବାରୁ, ତାର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି l କୂଅର ମାଲିକ ଏବଂ ଅନ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି DFO କହିଛନ୍ତି ।