ପୁରୀ: ଆଜି ରଙ୍ଗର ପର୍ବ ହୋଲି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ବେଶ ଧୂମଧାମରେ ପାଳନ ହେଉଛି ହୋଲି। ପୁରୁଣା ଶତ୍ରୁତା ଭୁଲି ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ବନ୍ଧୁତାର ହାତ ବଢ଼ାଇଛନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ସମସ୍ତେ ହୋଲିର ଶୁଭେଛା ଜଣାଉଛନ୍ତି। ତେବେ ସକାଳୁ ସକାଳୁ ଆରମ୍ଭ ହୋଇଗଲାଣି ଏହି ଆନନ୍ଦର ପର୍ବ।
ତେବେ ପବିତ୍ର ହୋଲି ପର୍ବ ଅବସରରେ ପୁରୀରେ ବାଲୁକା ଆନିମେସନ କରାଯାଇଛି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ବାଲୁକା ଆନିମେସନ୍ କରିଛନ୍ତି। ପୁରୀ ସ୍ଥିତ ତାଙ୍କ ଷ୍ଟୁଡିଓରେ ପ୍ରାୟ ୨ ଘଣ୍ଟା ଧରି ଏହି ଆନିମେସନ କରାଯାଇଥିଲା। ତେବେ ଉକ୍ତ ଆନିମେସନରେ ବିଶ୍ୱ ଶାନ୍ତି ପାଇଁ ଆହ୍ୱାନ ଦେବା ସହ “ଖୁସି ଏବଂ ନିରାପଦ ହୋଲି” ବାର୍ତ୍ତାର ପ୍ରସାର କରିଛନ୍ତି। ଏହି ସୃଜନଶୀଳ ଉପସ୍ଥାପନା ମାଧ୍ୟମରେ ମାନସ ସାହୁ ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ହୋଲି ପାଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏପରିକି ଉକ୍ତ ଆନିମେସନକୁ ଦେଖିବା ପାଇଁ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
ଅଧିକ ପଢନ୍ତୁ ; ଆଜି ରଙ୍ଗର ପର୍ବ ହୋଲି : ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବେ ଲୋକେ