ଭୁବନେଶ୍ୱର : କର୍ମକ୍ଷେତ୍ରରେ ଏକ ନିରାପଦ ପରିବେଶ ବଜାୟ ରଖିବା ସହିତ ସମାଜକୁ ସୁରକ୍ଷିତ ରଖିବା ଏକ ମଣିଷର ମୁଖ୍ୟ କର୍ତବ୍ୟ। ତେବେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ତେଣୁ ପ୍ରତିବର୍ଷ ମାର୍ଚ୍ଚ ୪ ତାରିଖକୁ ଜାତୀୟ ସୁରକ୍ଷା ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ। ଏପରିକି ସୁରକ୍ଷା ପ୍ରୋଟୋକଲ ଏବଂ ନିୟମ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ମୁଖ୍ୟ ଲକ୍ଷ।
ଜାତୀୟ ସୁରକ୍ଷା ଦିବସ ଇତିହାସ:
୧୯୭୨ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ସୁରକ୍ଷା ଦିବସ ଆୟୋଜିତ ହୋଇଥିଲା। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଭାରତରେ ପ୍ରଥମ ଶିଳ୍ପ ସୁରକ୍ଷା ସମ୍ମିଳନୀ ପରେ ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା। ସେହିଦିନ ଠାରୁ ଦେଶର ସମସ୍ତ କାର୍ଯ୍ୟାଳୟରେ ଏକ ନିରାପଦ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଉଛି।
କିପରି ପାଳନ ହୁଏ :
ପ୍ରତିବର୍ଷ ଜାତୀୟ ସୁରକ୍ଷା ଦିବସକୁ ନୂଆ ନୂଆ ଥିମକୁ ନେଇ ପାଳନ କରଯାଏ। ସେହିପରି ଚଳିତ ବର୍ଷ “ସୁରକ୍ଷା ବୃଦ୍ଧି କରିବା ପାଇଁ ଲୋକଙ୍କୁ ନିୟୋଜିତ କରନ୍ତୁ, ଶିକ୍ଷିତ କରନ୍ତୁ ଏବଂ ସଶକ୍ତ କରନ୍ତୁ ବୋଲି ଥିମ ରହିଛି। ତେଣୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଦିବସରେ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ଛୋଟ ରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଆମେ ଦେଖିବାକୁ ପାଇଥାଉ।
ଅଧିକ ପଢନ୍ତୁ ; ଆଜି ରଙ୍ଗର ପର୍ବ ହୋଲି : ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବେ ଲୋକେ