କେନ୍ଦୁଝର: ଆଜି ପୁଣି ଥରେ କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରରେ ଯାଞ୍ଚ କରାଯାଇଛି । ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇନଥିବା ଜଣାପଡ଼ିଛି ।
ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ଇ-ମେଲ୍ କୁ ବମ୍ ରେ କୋର୍ଟକୁ ଭଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଏହାପରେ ଏନେଇ ଟାଉନ୍ ଥାନାକୁ ଖବର ଦିଆଯାଇଥିଲା । ତୁରନ୍ତ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ କୋର୍ଟରେ ପହଞ୍ଚି କୋର୍ଟ ଭିତର ଓ ବାହାରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ହେଲେ ସେପରି କୌଣସି ସନ୍ଦେହଜନକ ପଦାର୍ଥ ମିଳି ନଥିବା ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ । ଏହା ଏକ ଗୁଜବ ହୋଇଥାଇପାରେ ବୋଲି ଏସଡିପିଓ କହିଛନ୍ତି ।
ଅନ୍ୟପଟେ, ଏଭଳି ଗୁଜବ ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦୁଝର ବାର୍ ଆସୋସିଏସନର ସଭାପତି ଆଲୋକ କୁମାର ମହାନ୍ତ ।