ନୂଆଦିଲ୍ଲୀ: ଭାରତ ମହାସାଗରରେ ଇରାନର ଯୁଦ୍ଧପୋତ ଆଇଆରଆଇଏସ ଡେନାକୁ ଆମେରିକା ବୁଡାଜାହାଜ ଦ୍ୱାରା ବୁଡାଇବା ପରେ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା ଆହୁରି ବଢି ଯାଇଛି । ଏହି ଜାହାଜ ଭାରତରେ ଆୟୋଜିତ ନୌସୈନିକ ସମରାଭ୍ୟାସରରୁ ଫେରୁଥିଲା । ଇରାନ ଏହି ହମଲାକୁ ଅନ୍ତର୍ଜାତୀୟ ଆଇନର ବିରୋଧ ଦର୍ଶାଇ ଆମେରିକାକୁ କଡା ଚେତାବନୀ ଦେଇଛି ।
ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରଘଚି ଏହି ହମଲା କଡା ଶବ୍ଦରେ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଅନ୍ତର୍ଜାତୀୟ ପାଣିରେ ଇରାନ ଜାହାଜ ଉପରେ ହମଲା କରିବା ବହୁତ ବଡ ଅପରାଧ । ଏହି ଜାହାଜ ନିକଟରେ ଭାରତର ନୌସେନା କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲା । ଏଥିରେ ପ୍ରାୟ ୧୩୦ ନାବିକ ଥିଲେ । ଅରାଘଚି ଚେତାବନୀ ଦେଇଛନ୍ତି ଯେ, ଏହି ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ।
ସୂଚନାଯୋଗ୍ୟ, ଆମେରିକାର ଏକ ବୁଡାଜାହାଜ ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ଇରାନର ଫ୍ରିଗେଟ୍ ଆଇଆରଆଇଏସ ଡେନାକୁ ଟରପିଡୋରୁ ହମଲା କରିଥିଲା । ଏହି ଆକ୍ରମଣ ଶ୍ରୀଲଙ୍କାର ଦକ୍ଷିଣ ସମୁଦ୍ର ନିକଟରେ ଭାରତ ମହାସାଗରରେ ଘଟିଥିଲା । ଏହି ଜାହାଜ ଭାରତରେ ଆୟୋଜିତ ମିଳିତ ସମରାଭ୍ୟାସରେ ଯୋଗ ଦେଇ ଫେରୁଥିଲା । ଏହି ଘଟଣା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆମେରିକା ଟରପିଡୋ ଜରିଆରେ କୌଣସି ଶତ୍ରୁ ଦେଶର ଜାହାଜକୁ ଟାର୍ଗେଟ୍ କରିଛି ।
Also read: ଭାରତୀୟ ବନ୍ଦରରୁ ଇରାନ ବିରୁଦ୍ଧରେ କ୍ଷେପଣାସ୍ତ୍ର ନିକ୍ଷେପ କରୁନାହିଁ ଆମେରିକା: ବିଦେଶ ମନ୍ତ୍ରାଳୟ