ହ୍ୟାପି ବର୍ଥ ଡେ କ୍ରିକେଟ: ଆଜି ଖେଳାଯାଇଥିଲା ପ୍ରଥମ ଟେଷ୍ଟ ମ୍ୟାଚ, ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ
Khabar Odisha:sports-odisha-happy-birthday-cricket-the-first-test-played-today
ନୂଆଦିଲ୍ଲୀ, ମାର୍ଚ୍ଚ ୧୫(ଖବର ଓଡିଶା)

ଭାରତ ସମେତ ଅନେକ ଦେଶ ଉପରେ ଯେଉଁ କ୍ରିକେଟର ପ୍ରେମ ସୀମାପାର କରୁଛି, ତାର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆଜି (ମାର୍ଚ୍ଚ 15)ରେ ଖେଳା ଯାଇଥିଲା । ବର୍ଷ 1877ରେ ଏହି ମ୍ୟାଚ ଇଂଲଣ୍ଡ  ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ମେଲବର୍ଣ୍ଣରେ ଖେଳାଯାଇଥିଲା ଏହି ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିଜୟୀ ହୋଇଥିଲା । ସେ କ୍ରିକେଟର ଜନ୍ମଦାତା ଇଂଲଣ୍ଡକୁ 45 ରନରେ ହରାଇ ଥିଲା । 15 ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହିର ମ୍ୟାଚର ପରିଣାମ 19 ମାର୍ଚ୍ଚକୁ ଆସିଥିଲା । ଏହି ମ୍ୟାଚର ସ୍ୱତନ୍ତ୍ରତା ହେଉଛି ଏହି ମ୍ୟାଚରେ କୌଣସି ସମୟସୀମା ନଥିଲା । 

ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କିଛି ନିୟମ କରାଯାଇଥିଲା । ଏହାରି ଅନୁସାରେ ଏହି ନିର୍ଣ୍ଣୟ କରାଯାଇଥିଲା ଯେ ଦୁଇଟି ଯାକ ଟିମ ଦୁଇଟି ଲେଖାଏଁ ଇନିଂ ଖେଳିବେ । ଯେଉଁ ପର୍ଯ୍ୟନ୍ତ ଦୁଇଟି ଯାକ ଟିମର ଇନିଂ ଶେଷ ହୋଇନି ସେପର୍ଯ୍ୟନ୍ତ ମ୍ୟାଚ ଚାଲିବ । 1877 ମସିହାରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ 1888 ସୁଦ୍ଧା ଦୁଇ ଦେଶ ମଧ୍ୟରେ ହିଁ ଖେଳାଯାଉଥିଲା । 1889 ମସିହାରେ ଦ.ଆଫ୍ରିକା ଟେଷ୍ଟ ମ୍ୟାଚ ଖେଳିବାର ତୃତୀୟ ଦେଶ ହେଲା । ବର୍ତ୍ତମାନ ସୁଦ୍ଧା, ମାନେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆରମ୍ଭ ହେବାର 142 ବର୍ଷ ପରେ  ମଧ୍ୟ ମାତ୍ର 12ଟି ଦେଶ ଟେଷ୍ଟ କ୍ରିକେଟ ଖେଳୁଛନ୍ତି । 

ଭାରତ 1932 ମସିହାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା । 25ରୁ 28 ଜୁନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତକୁ 158 ରନରେ ହରାଇଥିଲା । ଭାରତ କ୍ରିକେଟରେ ପ୍ରବେଶ କରିବାରେ 6 ନମ୍ୱର ଦେଶ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ କ୍ରିକେଟ ଖେଳିବା ଆରମ୍ଭ କରିସାରିଥିଲେ । 

ଭାରତ ନିଜର ପ୍ରଥମ ଟେଷ୍ଟ ମ୍ୟାଚ 1952 ମସିହାରେ ଜିତିଥିଲା । ଏହି ମ୍ୟାଚ 6ରୁ 10 ଫେବ୍ରୁଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯାଇଥିଲା ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂ ଏବଂ 8 ରନରେ ହରାଇଥିଲା । ଏହି ମ୍ୟାଚରେ ପାଲି ଉମରୀଗର (130) ଏବଂ ପଙ୍କଜ ରୟ (111) ଶତକ ହାସଲ କରିଥିଲେ । ବେନୁ ମାଙ୍କଡ (8/55, 4/53) ମ୍ୟାଚରେ 12ଟି ୱିକେଟ ହାସଲ କରିଥିଲେ । 

Subscribe

National International State Sports Entertainment