ଏହି ଭାରତୀୟ ବୋଲର ଗୋଟିଏ ଇନିଂସରେ ନେଲେ ୧୦ ଓ୍ଵିକେଟ୍
Khabar Odisha:sports--cricket--odisha--nirdesh-baisoya-of-meghalaya-picks-10-wickets-in-an-innings-in-under-16-vijay-merchant-troph
ତେଜପୁର, ନଭେମ୍ଵର୦୬(ଖବର ଓଡ଼ିଶା):

ଅଫ ସ୍ପିନର ନିର୍ଦ୍ଦେଶ ବେସୋୟା ବୁଧବାର ଏଠାରେ ମେଘାଳୟ ପକ୍ଷରୁ ନାଗାଲାଣ୍ଡ ବିପକ୍ଷରେ ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ସମସ୍ତ ୧୦ ଓ୍ଵିକେଟ୍ ନେଇ ଏକ ବିରଳ ସଫଳତା  ହାସଲ କରିଛନ୍ତି। ମୂଳତଃ ମେରଠର ନିବାସୀ ବେସୋୟା ୨୧ ଓଭରରେ ୫୧ ରନ ଦେଇ ୧୦ ଓ୍ଵିକେଟ୍ ନେଇଛନ୍ତି। ଏଥିରେ ୧୦ ଓଭର ମେଡେନ୍ ରହିଛି।

ଏହା ପୂର୍ବରୁ ନାଗାଲାଣ୍ଡ ମ୍ୟାଚର ପ୍ରଥମ ଦିନରେ ୧୧୩ ରନରେ  ଅଲଆଉଟ୍ ହୋଇଥିଲା। ଯଦି ଟେଷ୍ଟ କ୍ରିକେଟର ଇତିହାସ ଉପରେ ନଜର ପକାଇବା ତେବେ ଭାରତର କିମ୍ବଦନ୍ତୀ ଲେଗ୍ ସ୍ପିନର ଅନିଲ କୁମ୍ବଲେ ୧୯୯୯ରେ ପାକିସ୍ତାନ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଗୋଟିଏ ଇନିଂସରେ ୭୪ ରନ ଦେଇ ସମସ୍ତ ୧୦ ଓ୍ଵିକେଟ୍ ନେଇଥିଲେ। ଭାରତ ଉକ୍ତ ମ୍ୟାଚକୁ ୨୧୨ ରନରେ  ଜିତି ନେଇଥିଲା। ମଣିପୁରର ଦ୍ରୁତ ବୋଲର ରେକ୍ସ ସିଂହ ଗତ ବର୍ଷ କୁଚ୍ ବିହାରି ଟ୍ରଫିର ଏକ ମ୍ୟାଚରେ ସମସ୍ତ ୧୦ ଓ୍ଵିକେଟ୍ ହାସଲ କରିଥିଲେ।

ଏହି ସଫଳତା ପରେ ନିର୍ଦ୍ଦେଶ କହିଛନ୍ତି ଯେ, ମୋତେ ଏବେ ମଧ୍ୟ ବିଶ୍ଵାସ ହେଉ ନାହିଁ। ମୁଁ ଜନ୍ମ ନେଇନଥିଲି, ସେତେବେଳକୁ ଅନିଲ କୁମ୍ବଲେ ୧୦ ଓ୍ଵିକେଟ୍ ନେଇଥିଲେ। ଏହି ବିଷୟରେ ମୁଁ ଅନେକ ଥର ଶୁଣିଛି। ମୁଁ ସର୍ବଦା ଏମିତି ସଫଳତା ହାସଲ କରିବାକୁ ଚାହୁଁଥିଲି, ମାତ୍ର କେବେ ଭାବିନଥିଲି ଯେ ଏହା ମୋ ଜୀବନରେ ଏତେ ଶୀଘ୍ର  ହୋଇଯିବ। 

ମ୍ୟାଚରେ ଆପଣଙ୍କୁ କେତେବେଳେ ଲାଗିଲା ଯେ ଆପଣ ୧୦ ଓ୍ଵିକେଟ୍ ନେଇ ପାରିବେ, ଏହି ପ୍ରଶ୍ନରେ ନିର୍ଦ୍ଦେଶ କହିଛନ୍ତି ଯେ, ମୁଁ ପ୍ରଥମ ଅଧିବେଶନ ସୁଦ୍ଧା ହିଁ ୬ ଓ୍ଵିକେଟ୍ ନେଇ ସାରିଥିଲି ଏବଂ ତେବେ ଯାଇ ମନକୁ ଆସିଲା ଯେ ମୁଁ ସମସ୍ତ ୧୦ ଓ୍ଵିକେଟ୍ ନେଇ ପାରିବି। ସାଥୀ ଖେଳାଳି ମୋତେ ସହଯୋଗ କରିଥିଲେ। ସକାଳୁ ବଲ ଟର୍ଣ୍ଣ କରିବା ଆରମ୍ଭ କରିଥିଲା ଓ ପାଗ ମଧ୍ୟ ବହୁତ  ସାହାଯ୍ୟ କରିଥିଲା ବୋଲି ଉଦ୍ଦେଶ୍ୟ କହିଛନ୍ତି।

Subscribe

National International State Sports Entertainment