ଆଜି ସନ୍ଧ୍ୟାରେ ଲକ୍ଷ୍ନୌର ଘରୋଇ ମୈଦାନ ଅଟଳ ବିହାରୀ ବାଜପେୟୀ ଏକାନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ । ଦୁଇ ଦଳ ଲଗାତାର ପରାଜୟର ସାମ୍ନା କରିଥିବାବେଳେ ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଦ୍ରୁତ ଗତିରେ ବ୍ୟାଟିଂ କରୁଥିବା ରାଜସ୍ଥାନର ବ୍ୟାଟିଂରେ ଆଜି ବ୍ରେକ ଲାଗିପାରେ, କାରଣ ଆଜିର ଗ୍ରାଉଣ୍ଡରେ ବଡ ସ୍କୋର କରିବା କଷ୍ଟକର ହେବ । ତେବେ ଆସନ୍ତୁ ନଜର ପକାଇବା କିପରି ରହିବ ଲକ୍ଷ୍ନୌର ପିଚ ।
ଲକ୍ଷ୍ନୌର ଏକାନ୍ନା ଷ୍ଟାଡିୟମର ପିଚ ଏକ ସନ୍ତୁଳିତ ପିଚ ବୋଲି କହିପାରିବା, ଯେଉଁଠି ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ଫାୟଦା ମିଳିବ । ଏହି ପିଚ ସାଧାରଣତଃ ସ୍ପିନ ବୋଲିଂ ପାଇଁ ଅନୁକୂଳ ଓ ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ପ୍ରାୟ ୧୬୦ ରନ । ଏହି ପିଚରେ ହାତ ଖୋଲି ସଟ୍ ଖେଳିବା ଏତେ ସହଜ ହୁଏ ନାହିଁ, କିଛି ସମୟ ପଡିଆରେ ସମୟ ବିତାଇବା ପରେ ବ୍ୟାଟ୍ସମ୍ୟାନ ମାନଙ୍କୁ ରନ ସ୍କୋର କରିବା ସହଜ ହୋଇଥାଏ । ପିଚରେ ଭଲ ବାଉନ୍ସ ଥିବାରୁ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ପାଇଁ ଅନୁକୂଳ ରହିଥାଏ ଏହି ପିଚ ।
ଏହି ଗ୍ରାଉଣ୍ଡରେ ଚେଜ କରିବା ସହଜ ହୋଇଥାଏ । ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ସ୍କୋର କରିବାରେ କଷ୍ଟ ହେଉଥିବାବେଳେ, ରନ ଚେଜ ସହଜ ହୋଇଥାଏ । ତେଣୁ ଏଭଳି ଗ୍ରାଉଣ୍ଡରେ ଟସ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡେ । ଏହି ଗ୍ରାଉଣ୍ଡରେ ଟସ୍ ଜିତିବା ଦଳ ଅଧିକାଂଶ ସମୟରେ ଚେଜ କରିବାକୁ ନିଷ୍ପତି ନେଇଥାନ୍ତି । ଯଦି ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୮୦-୧୯୦ କରିବାରେ ସଫଳ ହୁଏ ତାହାଲେ ଏହି ସ୍କୋରକୁ ଡିଫେଣ୍ଡ କରିବା ସହଜ ହୋଇଥାଏ ।
ଲକ୍ଷ୍ନୌ ଗ୍ରାଉଣ୍ଡର କିଛି ତଥ୍ୟ
ସର୍ବାଧିକ ଦଳୀୟ ସ୍କୋର: କେକେଆର-୨୩୫/୬ (କେକେଆର ବନାମ ଏଲଏସଜି, ୨୦୨୪)
ସର୍ବନିମ୍ନ ଦଳୀୟ ସ୍କୋର: ଏଲଏସଜି-୧୦୮/୧୦ (ଏଲଏସଜି ବନାମ ଆରସିବି, ୨୦୨୩)
ସର୍ବାଧିକ ବ୍ୟକ୍ତିଗତ ସ୍କୋର: ରିଷଭ ପନ୍ତ - ୧୧୮ (ଏଲଏସଜି ବନାମ ଆରସିବି, ୨୦୨୫)
ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ: ମାର୍କ ଉଡ୍-୫/୧୪ (ଏଲଏସଜି ବନାମ ଡିସି, ୨୦୨୩)
ସର୍ବାଧିକ ଭାଗିଦାରୀତା: ୧୫୨ (ରିଷଭ ପନ୍ତ ଏବଂ ମିଚେଲ ମାର୍ଶଙ୍କ ଦ୍ୱାରା, ଦ୍ୱିତୀୟ ୱିକେଟ ପାଇଁ, ଏଲଏସଜି ବନାମ ଆରସିବି, ୨୦୨୫)
ହାରାହାରି ପ୍ରଥମ ଇନିଂସ ସ୍କୋର: ୧୫୪
ପ୍ରଥମ ଇନିଂସ ବ୍ୟାଟିଂ କରୁଥିଲେ ଜିତିବା ପାଇଁ ହାରାହାରି ସ୍କୋର: ୧୭୨