୬ ଜୁନରେ ଖେଳାଯିବ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ହେବାକୁ ଥିବା ଏକ ମାତ୍ର ଟେଷ୍ଟ । କିନ୍ତୁ ଆଇପିଏଲ ଶେଷ ହେବାରେ ୫ ଦିନ ପରେ ଏହି ଟେଷ୍ଟ ଆରମ୍ଭ ହେଉଥିବାରୁ ବିସିସିଆଇର ଏହି ନିଷ୍ପତି ଉପରେ ଅସନ୍ତୁଷ୍ଟ ଅଛନ୍ତି ହେଡ଼ କୋଚ ଗୌତମ ଗମ୍ଭୀର ଓ ଟେଷ୍ଟ ଅଧିନାୟକ ଶୁଭମନ ଗିଲ।
ଆଇପିଏଲ ୨୦୨୬ ର ଫାଇନାଲ ମେ ୩୧ ରେ ହେବାକୁ ଯାଉଛି, କିନ୍ତୁ କେଉଁ ଦଳ ପ୍ଲେଅଫ୍ସକୁ ଯିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଯାହାଫଳରେ ଅଜିତ ଅଗରକରଙ୍କ ଚୟନ କମିଟି ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ ପାଇଁ କିଛି ରିଜର୍ଭ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗୌତମ ଗମ୍ଭୀର ଓ ଶୁଭମନ ଗିଲ ପୂର୍ବରୁ ଏଭଳି ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବିରୋଧ କରିଥିଲେ ଓ ବର୍ତ୍ତମାନ ପୁଣି ଥରେ ସମାନ ପରିସ୍ଥିତି ଉପୁଜିଛି । ଏହି ସମସ୍ୟାର ସମାଧାନ ପାଇଁ ଚୟନକର୍ତ୍ତା କେବଳ ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ ପାଇଁ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଗୁରନୁର ବ୍ରାର, ଆକିବ ନବି, ଦେବଦତ୍ତ ପଡ଼ି଼କ୍କଲ ଓ ଅନ୍ୟ କିଛି ଖେଳାଳି ଚୟନକର୍ତ୍ତାଙ୍କ ନଜରରେ ଅଛନ୍ତି ।
ଖରାପ ଫର୍ମରେ ଥିବା ମୁମ୍ବାଇ ସାମ୍ନାରେ ହ୍ୟାଟ୍ରିକ ବିଜେତା ଗୁଜୁରାଟ ଟାଇଟନ୍ସ
ବର୍ତ୍ତମାନ ଆଇପିଏଲରେ ଖେଳୁଥିବା କିଛି ବରିଷ୍ଠ ଖେଳାଳିଙ୍କୁ ଆଗକୁ ଥିବା ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ବିଶ୍ରାମ ଦିଆଯାଇପାରେ । ସେହି ତାଲିକାରେ ଯଶପ୍ରୀତ ବୁମରା, ଶୁଭମନ ଗିଲ, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ନାମ ସାମିଲ ରହିଛି ।
ଭାରତ ଓ ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ : ୬ ଜୁନ - ୧୦ ଜୁନ ୨୦୨୬
ଭାରତ ଓ ଆଫଗାନିସ୍ଥାନ ବିପକ୍ଷ ଓଡ଼ିଆଇ : ପ୍ରଥମ ମ୍ୟାଚ - ୧୪ ଜୁନ ୨୦୨୬
ଦ୍ଵିତୀୟ ମ୍ୟାଚ - ୧୭ ଜୁନ ୨୦୨୬
ତୃତୀୟ ମ୍ୟାଚ - ୨୦ ଜୁନ ୨୦୨୬