ସମ୍ବଲପୁର: ମହିଳା ସଂରକ୍ଷଣ ବିଲ୍ ଅନୁମୋଦିତ ନ ହେବା ପରେ କଂଗ୍ରେସ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଂଗ୍ରେସକୁ କଡ଼ା ସମାଲୋଚନା କରି ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା ତାହା ସମସ୍ତେ ଜାଣନ୍ତୁ ଏବଂ ମହିଳା ଜାଣନ୍ତୁ ।
ଆଜି ସମ୍ବଲପୁର ଗସ୍ତ ସମୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ସେପ୍ଟେମ୍ବର, ୨୦୨୩ରେ ନୀରି ଶକ୍ତି ବନ୍ଦନମ ଅଧିନିୟମ ସର୍ବସମ୍ମତି କ୍ରମେ ପାରିତ କରାଗଲା । କେବଳ ଦୁଇ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ । ଯାହା ଦ୍ୱାରା ମହିଳା ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ । ଏହି ୩୩ ପ୍ରତିଶତରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିଥିଲା । ସେହି ଅଧିନିୟମରେ ଗୋଟିଏ ବାଧ୍ୟତାମୂଳକ ବିନ୍ଦୁ ଥିଲା ଯେ ସୀମା ପୁନଃନିର୍ଦ୍ଧାରଣ କରାଯିବ । ସେଥିପାଇଁ ଏହି ଅଧିନିୟମକୁ ଲାଗୁ କରିବାକୁ ପୁଣି ଥରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ୩ଟି ବିଲକୁ ଆଗତ କରିଥିଲେ । କିନ୍ତୁ ଇଣ୍ଡି ମେଣ୍ଟର ଚାରୋଟି ପ୍ରମୁଖ ଦଳ ଯଥା, କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ ଏବଂ ତୃଣମୂଳ କଂଗ୍ରେସର ସଦସ୍ୟମାନେ ବିରୋଧ କଲେ । ଯାହାକୁ ପୂର୍ବରୁ ସମ୍ମତି ପ୍ରଦାନ କରିଥିଲେ ଏବଂ ପୁନଃ ସୀମାନିର୍ଦ୍ଧାରଣ ପାଇଁ ସମ୍ମତି ପ୍ରକାଶ କରିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ଏହାକୁ ଲାଗୁ କରିବାକୁ ଚେଷ୍ଟା କଲେ ତାକୁ ବିରୋଧ କରାଗଲା ।