ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଲରାଉଣ୍ଡର କୄନାଲ ପାଣ୍ଡ୍ୟା ଓ ତାଙ୍କ ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଚାଲିଥିବା ବିବାଦ ଖବର ଦୀର୍ଘ ଦିନ ଧରି ଲାଗି ରହିଛି । ତେବେ ସତରେ ବିବାଦ ଲାଗି ରହିଛି କିମ୍ବା ଏହା ଏକ ଗୁଜବ ତାହା ଜଣା ପଡ଼ିନାହିଁ ।
କିଛି ଦିନ ପୂର୍ବରୁ ଆଇପିଏଲରେ ବେଙ୍ଗାଲୁରୁ ଓ ମୁମ୍ବାଇ ମୁହାଁମୁହିଁ ହୋଇଥିଲେ, ଦୁଇ ଭାଇ ପଡିଆରେ ଉପସ୍ଥିତ ଥିଲେ ମଧ୍ୟ କଥା ହେବାର ଦେଖିବାକୁ ମିଳିନଥିଲା । ଏହି ମ୍ୟାଚରେ କୄନାଲ, ହାର୍ଦ୍ଦିକଙ୍କୁ ବୋଲିଂ ମଧ୍ୟ କରିଥିଲେ ହେଲେ ଦୁଇ ଭାଇଙ୍କ ମଝିରେ ପୂର୍ବଭଳି ଥଟା ମଜା ଦେଖିବାକୁ ମିଳିନଥିଲା, ଯାହାକୁ ନେଇ ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା କରିଥିଲେ । ଏହା ପରେ ହାର୍ଦ୍ଦିକଙ୍କ ୱିକେଟ୍ ଯିବା ପରେ କୄନାଲ ଆଗ୍ରେସନର ସହ ସେଲିବ୍ରେସନ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୟୁଟ୍ୟୁବ୍ ପେଜରେ କୄନାଲ ପାଣ୍ଡ୍ୟାଙ୍କ ଏକ ପଡ଼କାଷ୍ଟ ଭିଡିଓ ଆସିଛି । ଏହି ପଡ଼କାଷ୍ଟରେ ଆଙ୍କର ମିଷ୍ଟର ନାଗ୍ସ ମଜାରେ କୄନାଲଙ୍କୁ ପଚାରିଥିଲେ ଯେ "ହାର୍ଦ୍ଦିକ ଓ କୄନାଲଙ୍କ ମଧ୍ୟରେ ସବୁକିଛି ଠିକ ଅଛି ନା ନାହିଁ ?" ଯାହାର ଉତ୍ତରରେ କୄନାଲ କେବଳ ହସିଥିଲେ । ଏହା ପରେ ମିଷ୍ଟର ନାଗ୍ସ କହିଥିଲେ କହିଥିଲେ "କେନ ଓ ଅଣ୍ଡରଟେକର ମଧ୍ୟ ବେଳେବେଳେ ଝଗଡା କରନ୍ତି", ଯାହାକୁ ଶୁଣିବା ପରେ କୄନାଲ ହସିବା ସହ ଉତ୍ତର ଦେଇଥିଲେ ଓ କହିଥିଲେ "ସବୁ ଠିକ ଅଛି"।
ତେବେ ଦୁଇ ଭାଇ ଆଇପିଏଲରେ ଅନେକ ବର୍ଷ ମୁମ୍ବାଇ ଇଂଡିଆନ୍ସ ପାଇଁ ଖେଳିଛନ୍ତି । ଦଳ ପରିବର୍ତ୍ତନ ହେଲା ପରେ ମଧ୍ୟ ଦୁଇ ଭାଇ ପଡିଆରେ ଥଟା ମଜା କରୁଥିବାର ଦେଖିବାକୁ ମିଳେ । ଯେଉଁଦିନ ଇଣ୍ଡିଆନ ଟିମରେ କୄନାଲ ଡେବ୍ୟୁ କରୁଥିଲେ ସେଦିନ ସେ ହାର୍ଦ୍ଦିକଙ୍କୁ ଧରି ପଡିଆ ମଝିରେ ବହୁତ କାନ୍ଦିଥିଲେ । ଦୁଇ ଭାଇ ପରସ୍ପରକୁ ସମର୍ଥନ କରୁଥିବା ସହ ଅନେକ ସମୟରେ ସାଙ୍ଗ ହୋଇ ସମୟ ବିତାଉଥିବା ନଜର ଆସନ୍ତି । ବର୍ତ୍ତମାନ ଦୁଇ ଭାଇ ପରସ୍ପର ସହ କଥା ହେଉନଥିବାରୁ ଫ୍ୟାନ୍ସଙ୍କ ମନରେ ଦୁଇ ଭାଇଙ୍କ ସମ୍ପର୍କକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି ।