ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ପାଇଁ ନିୟୋଜିତ ନ୍ୟାୟିକ ଅଧିକାରୀମାନଙ୍କୁ ଘେରାଉ ଏବଂ ବନ୍ଧକ ରଖିବା ଘଟଣାକୁ ସୁପ୍ରିମକୋର୍ଟ ମମତା ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଚାଲିଥିବା ତଦନ୍ତ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥିତ ହସ୍ତକ୍ଷେପର କଡ଼ା ବିରୋଧ କରି କହିଛନ୍ତି ଯେ ଜଣେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ଗଣତନ୍ତ୍ରକୁ ବିପଦରେ ପକାଇଥାଏ।
ସୁପ୍ରିମକୋର୍ଟ ବିଚାରପତି ପି.କେ ମିଶ୍ର ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗର ଆଇ-ପ୍ୟାକ୍ ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସମେତ ପଶ୍ଚିମବଙ୍ଗ ପ୍ରଶାସନର ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କହିଥିଲେ ଯେ ସେମାନେ ଆଇନଗତ ନୀତି ଉପରେ ଯୁକ୍ତି କରିପାରନ୍ତି, କିନ୍ତୁ କୋର୍ଟ ରାଜ୍ୟ ଭିତରେ ଦେଖାଯାଉଥିବା ବାସ୍ତବତା ପ୍ରତି ଆଖି ବୁଜି ପାରିବେ ନାହିଁ। କୋର୍ଟ କହିଥିଲେ ଅନ୍ୟ ଏକ ଖଣ୍ଡପୀଠ ସମ୍ମୁଖରେ ଦେଖିବାକୁ ମିଳିଥିଲା ଯେ ଅନେକ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ ରଖାଯାଇଛି।
ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇ-ପ୍ୟାକ୍ ଅନେକ ଠିକଣା ଉପରେ ଚଢ଼ଉ କରିଥିଲା । ସଂସ୍ଥାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ଘରେ ମଧ୍ୟ ଇଡି ଛାପା ମାରିଥିଲା । ଏହି ସମୟରେ ମମତା ବାନାର୍ଜୀ ନିଜେ ପ୍ରତୀକ ଜୈନଙ୍କ ଘରେ ଧସେଇ ପଶିଥିଲେ ଏବଂ କିଛି ଦସ୍ତାବିଜ ନେଇ ପଳାଇଯାଇଥିଲେ ।
ଶୁଣାଣି ସମୟରେ କୋର୍ଟ ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଚାଲିଥିବା ତଦନ୍ତ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥିତ ହସ୍ତକ୍ଷେପର କଡ଼ା ବିରୋଧ କରିଛନ୍ତି । କହିଛନ୍ତି ଯେ ଜଣେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ଗଣତନ୍ତ୍ରକୁ ବିପଦରେ ପକାଇଥାଏ।
ଇଡି ଅଭିଯୋଗ ଆଣିଥିଲା ଯେ ମମତା ବାନାର୍ଜୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ନଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କୌଣସି ବି ରାଜ୍ୟର ମୁଖ୍ୟମନ୍ତ୍ରୀ କୌଣସି ତଦନ୍ତ ସମୟରେ ଏଭଳି ହସ୍ତକ୍ଷେପ କରିପାରିବେ ନାହିଁ । ସମ୍ବିଧାନ ଏହାକୁ କେବେ ଗ୍ରହଣ କରିବ ନାହିଁ । ସମ୍ବିଧାନ ପ୍ରଣେତା ସୀରବାଈ ଏବଂ ଆମ୍ବେଦକର କେବେ ଏହା କଳ୍ପନା ମଧ୍ୟ କରିନଥିବେ । କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ତଦନ୍ତ ମଧ୍ୟରେ ଏପରି ଭାବରେ ଏକ କାର୍ଯ୍ୟାଳୟରେ ପଶି ଗଣତନ୍ତ୍ରକୁ ବିପଦରେ ପକାଇପାରିବେ ନାହିଁ ଏବଂ ତା'ପରେ କହି କରିପାରିବେ ନାହିଁ ଯେ ଏହି ମାମଲାକୁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ବିବାଦ ଭାବରେ ଚିତ୍ରଣ କରାଯିବା ଉଚିତ୍ ନୁହେଁ । ଏହା ନିଜେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକ କାର୍ଯ୍ୟ ଯାହା ଗଣତନ୍ତ୍ରର ଗଠନ ପ୍ରତି ବିପଦ ସୃଷ୍ଟି କରେ। ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ପାଇଁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି ।