ପୁଣି ଥରେ ବିଦେଶରେ ଆୟୋଜନ ହେବ ଆଇପିଏଲ । ଲିଗର ଗୋଟିଏ ମ୍ୟାଚ ଅଷ୍ଟ୍ରେଲିଆରେ ଖେଳିବା ପାଇଁ ଅଷ୍ଟ୍ରେଲିଆ କ୍ରିକେଟ କତୃପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସହ ବିଗ ବାଶ ଲିଗ (ବିବିଏଲ) ର ଗୋଟିଏ ମ୍ୟାଚ ଭାରତରେ ଆୟୋଜନ କରିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ଆୟୋଜକ । ଉଭୟ ଘଟଣାରେ କ୍ରିକେଟ ଅଷ୍ଟ୍ରେଲିଆ ସହ କ୍ଲବମାନେ ମଧ୍ୟ ଗ୍ରୀନ ସିଗନାଲ ଦେଇଥିବା ବେଳେ ବିସିସିଆଇର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ଭାରତରେ କ୍ରିକେଟର କ୍ରେଜ ଦେଖି କେବଳ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ନୁହେଁ ବରଂ ଅଷ୍ଟ୍ରେଲିଆ ପର୍ଯ୍ୟଟନ ବିଭବ ମଧ୍ୟ ଆଗ୍ରହ ପ୍ରକାଶ କରିଛି ।
ବିସିସିଆଇ ଭାରତୀୟ ଖେଳାଳିଙ୍କୁ ବିଦେଶୀ ଲିଗ ଖେଳିବାକୁ ଅନୁମତି ଦେଇନଥାଏ, ତେଣୁ ଏଭଳି ପ୍ରସ୍ତାବ ରେ ବିସିସିଆଇ ରାଜି ହୋଇନପାରେ । ଅନ୍ୟପଟେ ଆଇପିଏଲ ବିଦେଶରେ ହେଲେ ବିଶେଷ ଅସୁବିଧା ହେବ ନାହିଁ, କାରଣ ପୂର୍ବରୁ ମଧ୍ୟ ବିଦେଶରେ ଆଇପିଏଲ ଖେଳାଯାଇଛି । ବିଶେଷ କରି ବିଗ ବାଶ ଲିଗରେ ଅନେକ ପାକିସ୍ତାନୀ ଖେଳାଳି ଥିବାରୁ ଭିଜାରେ ଅସୁବିଧା ଉପୁଜିପାରେ । ତେଣୁ ବିସିସିଆଇ ଏହି ପ୍ରସ୍ତାବରେ ରାଜି ହେବା ଭଳି କୌଣସି ସଂକେତ ମଧ୍ୟ ମିଳୁନାହିଁ ।
ଭାରତରେ ସମସ୍ତେ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି । ଆଇପିଏଲ ସମୟରେ କେବଳ ଷ୍ଟାଡିୟମ ନୁହେଁ ବରଂ ରାସ୍ତା କଡରେ ଲାଗିଥିବା ଟିଭିରେ ମଧ୍ୟ ଲୋକଙ୍କ ଭିଡ ଦେଖିବାକୁ ମିଳେ । ତେଣୁ ବିଦେଶରେ ଆଇପିଏଲ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ ନକରିପାରନ୍ତି ବିସିସିଆଇ କତୃପକ୍ଷ ।