କଣ କୄନାଲ ପାଣ୍ଡ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିଛି ?
ରବିବାର ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ଓ କୄନାଲ ପରସ୍ପର ଠାରୁ ଦୁରେଇ ରହୁଥିବା ନଜର ଆସିଥିଲା । କୄନାଲ ପାଣ୍ଡ୍ୟା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବାବେଳେ ହାର୍ଦ୍ଦିକ ମୁମ୍ବାଇ ଇଂଡିଆନ୍ସ ପାଇଁ ଖେଳୁଥିଲେ । କିନ୍ତୁ ପୂର୍ବରୁ ଦୁଇ ଭାଇ ପଡିଆରେ ଭେଟ ହେଲାବେଳେ ଯେଉଁଭଳି ମିଶୁଥିଲେ, ଏଥର କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନଥିଲା । ଏହି ମ୍ୟାଚରେ ହାର୍ଦ୍ଦିକ ଓ କୄନାଲ ପରସ୍ପର ସହ କଥା ହେଉନଥିଲେ । ହାର୍ଦ୍ଦିକ ନିଜ ୱିକେଟ୍ ହରାଇବା ପରେ କୄନାଲ ଆଗ୍ରେସନର ସହ ହାର୍ଦ୍ଦିକଙ୍କ ୱିକେଟ୍ କୁ ସେଲିବ୍ରେଟ କରିଥିଲେ ।
ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ, ମାହିକା ଶର୍ମା, ହାର୍ଦ୍ଦିକଙ୍କ ଜୀବନକୁ ଆସିବା ପରେ ଦୁଇ ଭାଇଙ୍କ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଗତ ବର୍ଷ ହାର୍ଦ୍ଦିକ, କୄନାଲଙ୍କ ଜନ୍ମ ଦିନରେ ତାଙ୍କୁ ଇନଷ୍ଟାଗ୍ରାମରେ ଶୁଭେଚ୍ଛା ଜଣାଇଥିଲେ ଓ ଯେତେବେଳେ ଆରସିବି ଆଇପିଏଲ ଜିତିଥିଲା ସେତେବେଳେ ମଧ୍ୟ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ ।
ଅନ୍ୟପଟେ କୄନାଲ ବିଗତ ଦିନ ମାନଙ୍କରେ ହାର୍ଦ୍ଦିକଙ୍କ ପାଇଁ କୌଣସି ପୋଷ୍ଟ କରିନାହାନ୍ତି । ଏଥିସହିତ ମ୍ୟାଚ ଶେଷ ହେବା ପରେ ମଧ୍ୟ ଦୁଇ ଭାଇଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ଯଦିଓ ସାମ୍ବାଦିକ ସମ୍ମିଳନୀରେ କୄନାଲ ପାଣ୍ଡ୍ୟା କହିଥିଲେ "ଯେଉଁଭଳି ମୁଁ ପୂର୍ବରୁ କହିଛି, ଜଣେ ପାଣ୍ଡ୍ୟା ନିଶ୍ଚିତ ଜିତିବେ ଓ ଗୋଟେ ପଏଣ୍ଟ ନିଶ୍ଚିତ ଘଋକୁ ଆସିବ । ଆଉ ଏ କ୍ଷେତ୍ରରେ ମୁଁ ବୋଧ ହୁଏ ସାମାନ୍ୟ ଭାଗ୍ୟବାନ ।"