ଭୁବନେଶ୍ୱର: ଆସନ୍ତାକାଲି ୨୨ ଏପ୍ରିଲରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆୟୋଜିତ ହେବ। ବୈଠକରେ ରାଜ୍ୟର ଅନେକ ଜରୁରୀ ପ୍ରସ୍ତାବ ଉପରେ ଚର୍ଚ୍ଚା ସହ ମୋହର ପଡ଼ିବା ନେଇ ସମ୍ଭାବନା ରହିଛି। ବିଶେଷକରି ବିଭିନ୍ନ ବିଭାଗର ନୀତିଗତ ନିଷ୍ପତ୍ତି ଓ ନୂତନ ପରିକଳ୍ପନାଗୁଡ଼ିକୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସହିତ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ସଚିବମାନେ ଉପସ୍ଥିତ ରହିବେ। ଯଦିଓ କ୍ୟାବିନେଟ୍ର ଏଜେଣ୍ଡା ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ, ତଥାପି ୪ରୁ ୫ଟି ବିଭାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଉପରେ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।
ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଏପର୍ଯ୍ୟନ୍ତ ୩୮ଟି କ୍ୟାବିନେଟ୍ ବୈଠକ ହୋଇସାରିଛି। ସେଥିରେ ‘ସୁଭଦ୍ରା’ ଯୋଜନା, ଚାଷୀଙ୍କ ପାଇଁ ସହାୟତା ଓ ବୃଦ୍ଧମାନଙ୍କ ପାଇଁ ଭତ୍ତା ଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।