କଳାହାଣ୍ଡି: ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଜିଲ୍ଲା, ତହସିଲ, ଗ୍ରାମ ଓ ନଗରାଞ୍ଚଳରେ ଇଂରାଜୀ ନାମ ବନାନ ସଂଶୋଧନ କରାଯାଇଥିବାବେଳେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର କିଛି ମୁଖ୍ୟ ସ୍ଥାନର ଇଂରାଜୀ ନାମରେ ପରିବର୍ତ୍ତନ ଆଣାଯାଉଛି । ଧର୍ମଗଡ଼, ଜୁନାଗଡ଼, ଜୟପାଟଣା, ଲାଞ୍ଜିଗଡ଼ ଓ ଭବାନୀପାଟଣାର ଇଂରାଜୀ ବନାମ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ନୂତନ ନାମ ଅନୁସାରେ
ଧର୍ମଗଡ଼- “Dharmagarh” କୁ “Dharamagada” କରାଯିବ ।
ଜୁନାଗଡ଼-“Junagarh” କୁ “Junagada” କରାଯିବ ।
ଜୟପଟଣା- “Jaipatna” କୁ “Jayapatana” କରାଯିବ ।
ଲାଞ୍ଜିଗଡ଼- “Lanjigarh” କୁ “Lanjigada” କରାଯିବ ।
ଭବାନୀପାଟଣା- “Bhawanipatna” କୁ “Bhabanipatana” କରାଯିବ ।
ଏକ ମାସ ମଧ୍ୟରେ ସମସ୍ତ ଅଧିକାରିକ ରେକର୍ଡ, ପଟ୍ଟା, ସାଇନବୋର୍ଡ ଓ ଡକ୍ୟୁମେଣ୍ଟରେ ନୂତନ ନାମ ଲାଗୁ କରିବାକୁ କୁହାଯାଇଛି ।ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଉଚ୍ଚାରଣ ଓ ଭାଷାର ସଠିକତାକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି ।