ଦେବଗଡ଼: ଖୁସିର ମାହୋଲ ମଧ୍ୟରେ ହଠାତ୍ ଶୋକର ଛାୟା। ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିବା ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳଭଣ୍ଡାରରେ ବୁଧବାର ଏହି ଦୁଃଖଦ ଘଟଣା ଘଟିଛି।
ମୃତ ଯୁବକ ହେଉଛନ୍ତି ୪୨ ବର୍ଷୀୟ ଗଣନାଥ ରଥ, ସେ ବରଗଡ଼ ଜିଲ୍ଲା ଭଟଲି ଛକର ବାସିନ୍ଦା। ସେ ଆମ୍ବଘାଟ ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ଆସିଥିଲେ। ମଧ୍ୟାହ୍ନ ସମୟରେ ଗାଧୋଇବାକୁ ଗୋହିରା ଜଳଭଣ୍ଡାରକୁ ଯାଇଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ।
ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ପାଣିରେ ଖୋଜାଖୋଜି କରିଥିଲେ, କିନ୍ତୁ ନ ପାଇବାରୁ ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳଭଣ୍ଡାର ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଅଧିକ ପଢନ୍ତୁ: ଗାଧୋଇବାକୁ ଯାଇ ଆଉ ଫେରିଲେ ନାହିଁ; ଜଳଭଣ୍ଡାରରେ ବୁଡ଼ି ୨ ଛାତ୍ର ମୃତ୍ୟୁ