ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆଜି (ରବିବାର)ରେ ଘଟିଛି ଏକ ଦୁଖଦ ଘଟଣା। ସାଙ୍ଗମାନଙ୍କ ସହ ହସଖୁସିରେ ଗାଧୋଇବାକୁ ଯାଇଥିବା ଦୁଇ ଯୁବକ ଜଳଭଣ୍ଡାରରେ ବୁଡି ମୃତ୍ୟୁବାରଣ କରିଛନ୍ତି। ମୃତ ୨ ଛାତ୍ର ହେଉଛନ୍ତି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ।
ସୂଚନା ଅନୁସାରେ, ଆଜି ଲାଲସିଂ ଗ୍ରାମର ୬ ଜଣ ସାଙ୍ଗ ମିଶି ଭଞ୍ଜନଗର ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଗରମ ଦିନରେ ପାଣିରେ ମଜା ନେଉଥିବା ବେଳେ ଅଚାନକ କାହ୍ନା ଓ ଆଶୁତୋଷ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସାଙ୍ଗମାନେ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିବା ସ୍ୱତେ ବିଫଳ ହୋଇଥିଲେ। ଶେଷରେ ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦିଆଯାଇଥିଲା।
ଦମକଳ ଟିମ୍ ଓ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଜଳଭଣ୍ଡାରରେ ଖୋଜାଖୋଜି ଚାଲିଥିଲା। ଦୁଇଜଣଙ୍କୁ ଉଦ୍ଧାର କରି ତୁରନ୍ତ ଭଞ୍ଜନଗର ହସ୍ପିଟାଲକୁ ନେଇଯାଇଥିଲେ, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାରେ ଅନ୍ୟ ୪ ଜଣ ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।