ଭୁବନେଶ୍ୱର: କେନ୍ଦ୍ରରେ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସିବା ପରେ ୨୦୧୫ ମସିହାରେ ପୂର୍ବର ଯୋଜନା ଆୟୋଗକୁ ଭାଙ୍ଗି ତା ସ୍ଥାନରେ ନିତି ବା ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁସନ୍ ପର ଟ୍ରାନ୍ସଫମିଂ ଇଣ୍ଡିଆ ଗଠନ କରିଥିଲେ। କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପଥ ଅନୁସରଣ କରିଛନ୍ତି। ପୂର୍ବରୁ ଥିବା ଯୋଜନା ବୋର୍ଡ ସ୍ଥାନରେ ଏବେ ସିଟି-ଓଡ଼ିଶା ବା ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଲ୍ସ (ଏସ୍ଆଇଟିଆଇ)-ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି। ଏହା ରାଜ୍ୟ ସରକାରଙ୍କ ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବା ସମୃଦ୍ଧ ଓଡି଼ଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଏହା ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବା ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି।
ରାଜ୍ୟ ସରକାର ୨୦୨୪ ଜୁଲାଇ ୧୮ରେ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ଯେହେତୁ ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ହୋଇପଡ଼ିଛି, ସିଟି ବା ଏସ୍ଆଇଟିଆଇ ଓଡ଼ିଶା ବର୍ତ୍ତମାନ ସମୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିବା ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ଆଧୁନିକ ଚିନ୍ତାଧାରା ସହିତ ନବସୃଜନ, ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଏବଂ ମାପଯୋଗ୍ୟ ଫଳାଫଳ ସମ୍ପର୍କରେ ପରାମର୍ଶ ଯୋଗାଇଦେବ ଏହା ସର୍ବୋଚ୍ଚ ସ୍ତରରେ ସରକାରଙ୍କୁ ରଣନୈତିକ ଦିଗ୍ଦର୍ଶନ ପ୍ରଦାନ କରିବ।
ସିଟି-ଓଡ଼ିଶା ମୁଖ୍ୟତଃ ଛଅଟି ବିଷୟ ଉପରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବ। ସେଗୁଡ଼ିକ ହେଲା ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରୀ ବିକାଶ, ଚିନ୍ତାଧାରା ଓ ନବସୃଜନ, ଶକ୍ତି ପରିବର୍ତ୍ତନ ଏବଂ ଶେଷରେ ପରିବେଶ, ଜଙ୍ଗଲ, ଖଣି ଓ ପ୍ରାକୃତିକ ସମ୍ପଦ ସିଟି ଓଡ଼ିଶାର ଏକ ଗଭଣ୍ଡିଂ କାଉନ୍ସିଲ୍ ବା ପରିଚାଳନା ପରିଷଦ ରହିବା ପ୍ରତ୍ୟେକ ବିଷୟବସ୍ତୁ ରାଜ୍ୟର ବିକାଶମୂଳକ ପ୍ରାଥମିକତାର ମୁଖ୍ୟ ସ୍ତମ୍ଭଗୁଡ଼ିକ ଉପରେ ଧ୍ୟାନ ଦେବ। ଏହା ସର୍ବୋଚ୍ଚସ୍ତରରେ ରଣନୈତିକ ଦିଗଦର୍ଶନ ନିଶ୍ଚିତ କରିବ।
SITI-ଓଡିଶାର ଏକ ଗଭର୍ଣ୍ଣିଙ୍ଗ କାଉନସିଲ୍ ରହିବ। ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣ କାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ପେଶାଲ ଇନ୍ଭାଇଟି ରହିବେ। ଏହି ପରିଷଦ ବର୍ଷକୁ ଅତିକମରେ ଥରେ ବୈଠକ କରିବେ। ସିଟି ଓଡିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ।
ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ଜଣେ ଚିଫ ଏକ୍ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ। ସିଇଓ IAS କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା କମିଶନର-ତଥା-ସଚିବ ପାହ୍ୟାର ହୋଇଥିବେ।
ଅଧିକ ପଢନ୍ତୁ: ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବନି ନନ୍- ଏସି ବସ୍, ଚାଲିଲେ ମାଲିକ ଦାୟୀ