ଅନେକ ସମୟରେ ଆପଣଙ୍କ ଫୋନ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା । ଆଉ ଏଥି ପାଇଁ ଆପଣ ପୋଲିସ ଥାନାରେ ଅଭିଯୋଗ କରିଥିବେ । କିନ୍ତୁ କେବେ ସେ ଫୋନ ଫେରିପାଇବେ ତାହା ଆପଣ ଚିନ୍ତା କରିନଥିବେ । କିନ୍ତୁ ସମ୍ବଲପୁର ପୋଲିସ ନିଜ କର୍ତବ୍ୟ କରି ଦେଖାଇଛି ଓ ୧୧୪ ଟି ମୋବାଇଲ ଫୋନ କୁ ଏହାର ଉପଯୁକ୍ତ ମାଲିକଙ୍କୁ ଫେରାଇଛି । ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲ ଫୋନ କୁ ଖୋଜି ଆଣି ଏକ ‘ମୋବାଇଲ୍ ହ୍ୟାଣ୍ଡ ଓଭର ମେଳା’ ମାଧ୍ୟମରେ ସେଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି।
ତେବେ ଏହା କୌଣସି ଚୋରି ମାମଲା ନୁହେଁ ବରଂ ଏହା ହେଉଛି ବିଭିନ୍ନ ସମୟରେ ଲୋକଙ୍କ ଅସାବଧାନତା ଯୋଗୁଁ ହଜିଯାଇଥିବା ମୋବାଇଲ ଗୁଡିକ । ସାଇବର ପୋଲିସ ଷ୍ଟେସନ ଓ ବୈଷୟିକ ଟିମ ସହାୟତାରେ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ମୋବାଇଲ ଗୁଡିକ ଉଦ୍ଧାର କରାଯାଇଛି। ଫୋନ ଫେରିପାରିବା ପରେ ଫୋନ ମାଲିକ ମାନେ ଖୁସି ଥିବା ସହ ସମ୍ବଲପୁର ପୋଲିସର ଏହି ପ୍ରୟାସ କୁ ବେଶ ପ୍ରଶଂସା କରିଛନ୍ତି । ତେବେ ଯଦି କୌଣସି ବ୍ୟକ୍ତିଙ୍କ ଫୋନ ହଜିଯାଏ ତେବେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି ।