ପୋଲସରା: ପ୍ରଥମେ ଅପହରଣ ତାପରେ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କଲା ସମ୍ପର୍କୀୟ ଭାଇ। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗାଁରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ତେନ୍ତୁଳିଆ ଗାଁର ରାଜଦୀପ ସାହୁ। ତେବେ ହତ୍ୟା ବାବଦରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ବେଳେ ରାଜଦୀପଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ଜାଣିବାକୁ ପାଇଥିଲା। ତେଣୁ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରୁ ରାଜଦୀପ ଘରକୁ ଫେରି ନଥିଲେ। ଏହାପରେ ଶୁକ୍ରବାର ସକାଳେ ରାଜଦୀପଙ୍କ ପରିବାରକୁ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଥିଲା। ଯେଉଁଥିରେ ୪୦ ଲକ୍ଷ ଟଙ୍କା ଦିଏ ନଚେତ ପୁଅକୁ ଜୀବନରୁ ମାରିଦେବାର ଧମକ ମିଳିଥିଲା। ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଫୋନ କଲକୁ ଟ୍ରାକିଂ କରି ଘଟଣାସ୍ଥଳରେ ପହଂଚିଥିଲା ପୋଲିସ। ଏହାପରେ ସୋରଡା ଥାନା ଦାରିଙ୍ଗିବାଡି ଘାଟି ନିକଟରୁ ରାଜଦୀପ ମୃତଦେହ ଜବତ କରିଥିଲେ। ଆଉ ତଦନ୍ତରୁ ଜଣାପଡିଥିଲା ଯେ ରାଜଦୀପଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ହତ୍ୟା କରିଛି। ଏହାପରେ ପୋଲିସ ଅଭିଯୁକ୍ତକୁ ଘଟଣା ବାବଦରେ ପଚରାଉଚରା କରୁଛି ପୋଲିସ।
ଅଧିକ ପଢନ୍ତୁ ; ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ଧମକ