ଭୁବନେଶ୍ୱର: ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି । ବିରୋଧୀ ଦଳ କର୍ତ୍ତବ୍ୟ ହେଲା ବିରୋଧ କରିବା । ସେମାନେ ଚାହୁଁ ନାହାଁନ୍ତି ମହିଳା ତାଙ୍କର ଅଧିକାର ପାଇବେ । ସେହି ମହିଳାମାନେ ହିଁ ତାଙ୍କୁ ପଚାରିବେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
ସରକାର ଯାହା ଗଠନ ମୂଳକ କାର୍ଯ୍ୟ କରୁଛନ୍ତି ସେଥିରେ ବିରୋଧ କରୁଛନ୍ତି ବିରୋଧୀ । ସେମାନେ ବିରୋଧୀ ଦଳ ମାନେ ସବୁଥିରେ ବିରୋଧ କରିବେ, ସେମାନେ ଭାବିଛନ୍ତି ଏହାହିଁ ତାଙ୍କର କର୍ତ୍ତବ୍ୟ । ମହିଳାଙ୍କ ନେତୃତ୍ୱ ବଢ଼ିଥାଆନ୍ତା, ମହିଳା ପଦାଧିକାରୀ ବଢ଼ିଥାଆନ୍ତା । କିନ୍ତୁ ସେମାନେ ମହିଳା ସଂରକ୍ଷଣ ବିଲ୍ କୁ ବିରୋଧ କରି ନିଜର କ୍ଷତି କରିଛନ୍ତି ।
ବିଜେଡ଼ି-କଂଗ୍ରେସ ମଧ୍ୟରେ ନିଶ୍ଚିତ ଭାବରେ ଏକ ବୁଝାମଣା ହୋଇଛି । ସବୁବେଳେ ବିଜେପିକୁ ସମର୍ଥନ କରୁଥିବା ବିଜେଡ଼ି ଏଥର କଂଗ୍ରେସ ସପକ୍ଷରେ ଯାଇଛି । ତେଣୁ ନିଶ୍ଚିତ ଭାବେ ଏକ ଅଘୋଷିତ ମେଣ୍ଟ ହୋଇଥିବା ସମବାୟ ମନ୍ତ୍ରୀ କହିଛନ୍ତି ।