ଭଦ୍ରକ- ଜାତୀୟ ରାଜପଥ ପାର୍ଶ୍ୱ ଡ୍ରେନରୁ ଯୁବକଙ୍କ ଉଲଘ୍ନ ମୃତଦେହ ଠାବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ୧୬ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ମୃତ ଦେହ ମିଳିଛି । ଯୁବକ ଜଣକ କିଏ କୌଣସି ସୂଚନା ଜଣାପଡ଼ି ନାବିୱ । ସ୍ଥାନୀୟ ଲୋକେ ମୃତ ଦେହକୁ ଦେଖିବା ପରେ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କୁ କେହି ହତ୍ୟା କରି ଡ୍ରେନରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।