ପୁରୀ: କୋର୍ଟ, ଶିକ୍ଷାନୁଷ୍ଠାନ ଏବଂ ବିମାନ ପରେ ଏବେ ମନ୍ଦିରକୁ ଆସିଛି ବୋମା ଧମକ । ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ମିଳିଛି ବୋମା ଧମକ । ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ମନ୍ଦିର ପୂଜକଙ୍କୁ ଏକ ଅଜଣା ନମ୍ବରରେ ଏସଏମଏସରେ ଧମକ ଆସିଛି ।
ଧମକ ଦେବା ବ୍ୟକ୍ତି ଜଣେ ମହିଳା । ସେ ନିଜକୁ ଦମୟନ୍ତୀ ପାଣି ବୋଲି ପରିଚୟ ଦେଇଛନ୍ତି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅଣ୍ଟେଇ ପାଇଲୋ ଗ୍ରାମରେ ବୋଲି ଲେଖିଛନ୍ତି । ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ମିଳିଛି ବୋମା ଧମକ ଦେଇଛନ୍ତି । ୫୦ ଲକ୍ଷ ଟଙ୍କା ଦେଲେ ବୋମା ଲଗାଇ ମନ୍ଦିର ଉଡ଼ାଇ ଦେବେ । । ଆସନ୍ତା ୨୦ ତାରିଖ ସୋମବାର ଦିନ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ମନ୍ଦିର ପୂଜକଙ୍କୁ ଏକ ଅଜଣା ନମ୍ବରରେ ଏସଏମଏସରେ ଧମକ ଆସିଛି । ସେ ତାଙ୍କର ଫୋନ୍ ପେ ନମ୍ବର (୭୩୨୬୮୦୩୯୫୨) ଦେଇଛନ୍ତି । ଉକ୍ତ ନମ୍ବରରେ ଟଙ୍କା ପଠାଇବାକୁ କହିଛନ୍ତି ।
ଖାଲି ସେତିକି ନୁହେଁ ବରାଳ ବାଲୁଙ୍କେଶ୍ୱରଙ୍କ ନାମରେ ବହୁତ ଅପଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି ଉକ୍ତ ମହିଳା ଜଣକ । ଏପରିକି ପୋଲିସକୁ ନ ଜଣାଇବାକୁ ଚେତାବନୀ ଦେଇଛନ୍ତି ।