ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ତାତି। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଶୁଷ୍କ ଉତ୍ତର-ପଶ୍ଚିମ ପବନ ଓ ସ୍ପଷ୍ଟ ଆକାଶ ହେତୁ ତାପମାତ୍ରା ଲଗାତାର ବୃଦ୍ଧି ପାଉଛି। ତେବେ ଏପ୍ରିଲ ୧୭ ପର୍ଯ୍ୟନ୍ତ ରାଜ୍ୟର କୋଷ୍ଟାଲ୍ ଓ ଭିତର ଅଞ୍ଚଳରେ ଭୟଙ୍କର ଗରମ ଓ ଅଧିକ ଆର୍ଦ୍ରତା ଅନୁଭବ ହେବ। ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଭୁବନେଶ୍ୱର, କଟକ ସହିତ ପଶ୍ଚିମ ଓଡିଶାର ସମ୍ବଲପୁର ଓ ଝାରସୁଗୁଡା ଭଳି ସହରଗୁଡ଼ିକରେ ତୀବ୍ର ଗ୍ରୀଷ୍ମ ପ୍ରଭାହ ଅନୁଭବ ହେଉଛି। ତେବେ ତାତି ବୃଦ୍ଧି ହେତୁ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ବ୍ୟାପକ ପ୍ରଭାବ ପକାଇଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି। ଦିନର ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଲୋକମାନଙ୍କୁ ପ୍ରଚୁର ପାଣି ପେଇବା ସହ ହାଲୁକା ପୋଶାକ ପିନ୍ଧିବା ଓ ହିଟ୍ଷ୍ଟ୍ରୋକ୍ରୁ ରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ତେବେ ତାଟିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି।
ଅଧିକ ପଢନ୍ତୁ ; ‘ସୀମା ପୁନଃ ନିର୍ଦ୍ଧାରଣ ବିଲ’କୁ ନେଇ ବଡ଼ ବାକ୍ଯୁଦ୍ଧ