ଅତାବିରା : ସମ୍ବଲପୁର-ବରଗଡ଼ ରାସ୍ତାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଜାତୀୟ ରାଜପଥ ୫୩ ନମ୍ବରର ଅତାବିରା ଦମଦମ ପୋଲ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି CRPF ଯବାନଙ୍କୁ ନେଇଯାଉଥିବା ଗାଡ଼ି। ସମ୍ବଲପୁର କ୍ୟାମ୍ପରୁ ଛତିଶଗଡ଼ର ଜଗଦଲପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇଦେଇଥିଲା। ପୋଲ ଉପରେ ଥିବା କାନ୍ଥକୁ ଜୋରଦାର ଧକ୍କା ମାରି ପରେ ଗାଡ଼ିଟି ଓଲଟିପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସହ କିଛି ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୋଲିସ ଓ ରେସ୍କ୍ୟୁ ଟିମ୍ ତୁରନ୍ତ ପହଞ୍ଚି ଆହତ ଯବାନମାନଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢନ୍ତୁ: ମୁଣ୍ଡ ଫଟା ଖରାରେ ଜଳୁଛି ଓଡ଼ିଶା; କାଲିଠୁ ସ୍କୁଲ-କଲେଜ ଛୁଟି, ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି