ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ । ଆଜି ୧୭ ଜଣ ସିଆରସିସି ସମୂହ ଇସ୍ତଫା ଦେଇଛନ୍ତି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ଆସି ଇସ୍ତଫା ଦେଇଛନ୍ତି । ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସିଆରସିସିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଇସ୍ତଫା ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ବିଇଓଙ୍କ କାର୍ଯ୍ୟାଳୟରେ ସିଆରସିସିଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏ ନେଇ ସେମାନେ ବିଇଓ ଏବଂ ଡିଇଓଙ୍କୁ ପ୍ରଥମେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସମସ୍ତେ ଆଜି ଏକାକାଳୀନ ଇସ୍ତଫା ଦେଇଛନ୍ତି ।