କଟକ: ପୁଣି ମୁହାଁମୁହିଁ ହେଲେ ବିଧାୟିକା-ମେୟର। କଟକ ମହାନଗର ନିଗମର ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଟକ- ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦେଖାଇବା ସହ ସିଏମସିକୁ ଦୁର୍ନୀତିର ଗନ୍ତାଘର ବୋଲି କହିଛନ୍ତି।
ଆଜି ସମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ସିଏମସି ଫୁଡ୍ କୋର୍ଟ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରି ଗୁରୁତର ଅଭିଯୋଗ ଆଣିଛନ୍ତି ସୋଫିଆ। କହିଛନ୍ତି, ସିଏମସିରେ ଦୁର୍ନୀତିରେ ବୁଡି ରହିଛନ୍ତି ମେୟର। ଆଉ କଟକ ବାରବାଟୀ ଷ୍ଟାଡିୟମ ନିକଟରେ ହୋଇଥିବା ଫୁଡକୋର୍ଟ ଆବଣ୍ଟନ ବେଳେ ନିଜ ଲୋକଙ୍କୁ ଦେଇ ଦେଇଥିବା ଅଭିଯୋଗ କରିଛନ୍ତି। ପାର୍କିଂ ବ୍ୟବସ୍ଥା ନ କରି ଫୁଡ୍ କୋର୍ଟ କିଭଳି କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟିକା। ମହିଳା ଉଦ୍ୟୋଗୀଙ୍କ ପାଇଁ କାହିଁକି ଫୁଡ୍ କୋର୍ଟରେ କୌଣସି ସଂରକ୍ଷଣ ରଖାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ସିଏମସି ଦ୍ୱାରା ହୋଇଥିବା ଏସଓପିକୁ ସାମ୍ୱାଦିକ ସମ୍ମିଳନୀରେ ଚିରି ଦେଇଛନ୍ତି ବିଧାୟିକା।
ଏହା ସହ ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଏହି SOP ସମ୍ପର୍କିତ ବିଜ୍ଞପ୍ତି କାହିଁକି ଓଡ଼ିଆ ଖବରକାଗଜରେ ପ୍ରକାଶ କରାଯାଇନି ଓ କେବଳ ଜାତୀୟ ମାଧ୍ୟମରେ ଦିଆଯାଇଛି। ଜଣେ ସାଧାରଣ ଲୋକ ବୁଝିପାରିବ କି ? “ଜଣେ ଦହିବରା ବିକ୍ରେତା ଇଂରାଜୀ ଖବରକାଗଜ ପଢ଼ିବେ କି?” ବୋଲି ପ୍ରଶ୍ନ କରି ସେ ଏହାକୁ ସାଧାରଣ ଲୋକଙ୍କୁ ବଞ୍ଚିତ କରିବାର ଚେଷ୍ଟା ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୋଫିଆ SOP କାଗଜକୁ ସାମ୍ନାରେ ଚିରି ଦେଇ ତାଙ୍କର ଆକ୍ରୋଶ ବ୍ୟକ୍ତ କରିଛନ୍ତି।
ଅଧିକ ପଢନ୍ତୁ: ରାଜନୀତିରେ ନୂଆ ଅଧ୍ୟାୟ; ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନାଗରିକ ମଞ୍ଚର ଏଣ୍ଟ୍ରି, ଏକାଠି ମେଳି କଲେ ବିଜେଡିର ଅସନ୍ତୁଷ୍ଟ ନେତା