ହାଇଦ୍ରାବାଦ: ଆଇପିଏଲ୍ ୨୦୨୬ର ୨୭ତମ ରୋମାଞ୍ଚକର ମ୍ୟାଚରେ ବାଜି ମାରିଛି ସନରାଇଜର୍ସ ହାଇଦ୍ରାବାଦ । ଦଳ ପାଞ୍ଚ ଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ୧୦ ରନରେ ହରାଇ ଚଳିତ ସିଜିନରେ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଚତୁର୍ଥକୁ ଉଠିଛି । ଅ୍ୟପଟେ ନିଜର ଷଷ୍ଠ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ୫୯ ରନ ଓ କ୍ଲାସେନଙ୍କ ୫୯ ରନ ବଳରେ ୧୯୪ ରନ କରିଥିଲା । ଜବାବରେ ଚେନ୍ନାଇ ୮ ୱିକେଟ୍ ହରାଇ ୧୮୪ ରନ କରି ପାରିଥିଲା । ଦଳ ପକ୍ଷରୁ ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନ ଥିଲେ ।
୯୫ ରନର ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇ ସୁପର କିଙ୍ଗସ ଗୋଟିଏ ସମୟରେ ୧୦ ଓଭରରେ ୭ ୱିକେଟ୍ ହରାଇ ୧୧୧ ରନ କରିଥିଲା।ସିଏସକେକୁ ୬୦ ବଲରୁ ୮୪ ରନ ଆବଶ୍ୟକ ଥିଲା। ହାତରେ ଥିଲା ୭ ୱିକେଟ୍, ବିଜୟ ଚେନ୍ନାଇ ପାଇଁ ସହଜ ମନେ ହେଉଥିଲା । କିନ୍ତୁ ତା’ପରେ ଇଶାନ ମାଲିଙ୍ଗା ୧୧ତମ ଓଭରର ଚତୁର୍ଥ ବଲରେ ସରଫରାଜ ଖାନଙ୍କୁ ଆଉଟ୍ କରିଥିଲେ। ଏହିଠାରୁ ମ୍ୟାଚ୍ ମୋଡ଼ ନେଇଥିଲା।
ସର୍ଫରାଜଙ୍କ ପରେ ଡେୱାଲ୍ଡ ବ୍ରେଭିସ୍ ମଧ୍ୟ ମାତ୍ର ୬ ବଲ୍ ପରେ ବିଦାୟ ନେଇଥିଲେ।ଇଶାନ ମାଲିଙ୍ଗାଙ୍କ ଦୁଇଟି ୱିକେଟ ନେଇ ହାଇଦ୍ରାବାଦକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ ପାଇଁ ବଳ ଯୋଗାଇଥିଲେ । ଏହା ପରେ ର୍ଫରାଜ ଖାନ ଏବଂ ମାଥ୍ୟୁ ସର୍ଟଙ୍କୁ ଆଉଟ୍ କରିଥିଲେ। ଉଭୟ ପ୍ରତିଷ୍ଠିତ ବ୍ୟାଟରଙ୍କୁ ଆଉଟ୍ କରି ହାଇଦ୍ରାବାଦକୁ ବିଜୟ ଆଶା ଦେଇଥିଲେ ।
ଏକଦା ଚେନ୍ନାଇର ସ୍କୋର ୩ ୱିକେଟରେ ୧୧୧ ରନ ଥିଲା, କିନ୍ତୁ କିଛି ସମୟ ମଧ୍ୟରେ ସିଏସକେ ୧୫୪ ରନରେ ପହଞ୍ଚିବା ବେଳକୁ ସାତ ୱିକେଟ ହରାଇ ସାରିଥିଲା। ଶିବମ ଦୁବେ ସାକିବ ହୁସେନଙ୍କ ବୋଲିଂ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ।
ନୀତୀଶ କୁମାର ରେଡ୍ଡି ୧୯ତମ ଓଭରରେ ୧୨ ରନ ଦେଇଥିଲେ। ଚେନ୍ନାଇକୁ ଛଅ ବଲରେ ୧୫ ରନ କରିବାକୁ ପଡିଥିଲା। କିନ୍ତୁ ଶେଷ ଓଭରରେ,ପ୍ରଫୁଲ ହିଙ୍ଗେ ୟର୍କର ପରେ ୟର୍କର ବୋଲିଂ କରି ଚତୁର୍ଥ ବଲରେ ଜେମି ଓଭରଟନଙ୍କୁ ଆଉଟ୍ କରି ହାଇଦ୍ରାବାଦର ବିଜୟକୁ ନିଶ୍ଚିତ କରିଥିଲେ।