ମୁୁମ୍ବାଇ: ଆଇପିଏଲ୍ ୨୦୨୬ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ସ୍ୱପ୍ନଠୁ କିଛି କମ ନୁହେଁ । ଟିମ୍ ଲଗାତାର ୪ଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଛି । ଚାରି ଆଡେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମାଲୋଚନା ହେବାରେ ଲାଗିଛି । ଗୁରୁବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୧୯୫ ରନ କରି ବି ଶୋଚନୀୟ ଭାବେ ପରାଜୟ ଭୋଗିଛି । ଲଗାତାର ୪ ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ଏବେ କିଛି କଡା ନିଷ୍ପତ୍ତି ନେବାର ସମୟ ଆସି ଯାଇଛି ।
ପଞ୍ଜାବଠୁ ମ୍ୟାଚ୍ ହାରିବା ପରେ ପାଣ୍ଡ୍ୟା କହିଛନ୍ତି, ସଚ୍ଚୋଟତାର ସହ କହିବାକୁ ଗଲେ ମୋ ପାଖରେ କହିବା ପାଇଁ କିଛି ଶବ୍ଦ ନାହିଁ । ଆମକୁ ଏକାଠି ବସି ବିଚାର କରିବାର ଆବଶ୍ୟକତା ରହିଛି ଯେ, ଆମେ କେଉଁଠୁ ପଛରେ ରହି ଯାଉଛୁ । ସେ ବ୍ୟକ୍ତିଗତ ଖେଳାଳି ହୁଅନ୍ତୁ କି, ଟିମ୍ ହେଉ, ଆମକୁ ସବୁ ସ୍ତରରେ ବିଚାର କରିବାକୁ ପଡିବ ।
ହାର୍ଦ୍ଦିକ ପାଣ୍ଡ୍ୟା ପରୋକ୍ଷରେ ଏହି ପରାଜୟ ପାଇଁ ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା ଓ ତିଳକ ବର୍ମାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଦେଇଛନ୍ତି । ସେ କହିଛନ୍ତି ଏବେ ଆମକୁ ଦେଖିବାକୁ ପଡିବ ଯେ, କଣ ଆମକୁ କିଛି କଡା ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ନଚେତ୍ ଆମକୁ ଆଗକୁ ବଢି ପରିସ୍ଥିତିକୁ ବଦଳାଇବାକୁ ପଡିବ । ଆମେ ନିଜର ଦାୟିତ୍ୱ ନିଜକୁ ନେବାକୁ ପଡିବ ।
Also Read: ଶ୍ରେୟସ ଧରିଲେ କ୍ୟାଚ ଅଫ ଦ ଟୁର୍ନାମେଣ୍ଟ ! ଆଶ୍ଚର୍ଯ୍ୟଚକିତ ରୋହିତ ଓ ସୂର୍ଯ୍ୟ